ଅବକାରି ବିଭାଗର ଚଢଉ : ଦେଶି ଓ ବିଦେଶି ମଦ ଜବତ
ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ଠାରେ ଅବକାରି ବିଭାଗର ମିଳିତ ଚଢଉ କରାଯାଇଛିି । ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଚଢଉ କରାଯାଇଛି । ୭ ଜଣ ଚାଲାଣକାରିଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୩୧ ଲିଟର ଦେଶି ମଦ, ୬.୫ ବିଦେଶି ମଦ ଓ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନ
ଅବକାରି  ବିଭାଗର  ଚଢାଉ ଦେଶି ଓ ବିଦେଶି ମଦ ଜବତ


ଜୟପୁର, ୨୧ ଫେବୃଆରୀ (ହି.ସ.)-

ଜୟପୁର ଠାରେ ଅବକାରି ବିଭାଗର ମିଳିତ ଚଢଉ କରାଯାଇଛିି । ଦେଶି ଓ ବିଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଚଢଉ କରାଯାଇଛି । ୭ ଜଣ ଚାଲାଣକାରିଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୩୧ ଲିଟର ଦେଶି ମଦ, ୬.୫ ବିଦେଶି ମଦ ଓ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତକୁ ନୋଟିସରେ ଛଡାଯାଇଛି । ଜିଲା ଫ୍ଲାଇଙ୍ଗ ସ୍କାର୍ଡ, ଅବକାରି ନିରିକ୍ଷକ ଓ ଜୟପୁର ଅବକାରି ଥାନାର ମିଳିତ ଚଢଉ କରାଯାଇଛି । ଉମରାପିଣ୍ଡି ଗ୍ରାମର ଧନୁର୍ଜୟ ହରିଜନ ଏକ ବାଇକରେ ୫୦ ଲିଟ ଦେଶି ମଦ ଚାଲାଣ କରୁଥିବା ବେଳେ ଦିରିବିଗୁଡା ରାସ୍ତାରେ ଚଢଉ କରି ଗିରଫ କରିଛି । ସେହିପରି ପତି ଭୁମିଆ ୯ ଲିଟର ଦେଶି ମଦ, ଶ୍ୟାମ ଘନ ବିଷୋୟୀ ୩୦ ଲିଟର ଦେଶି ମଦ , ରତନି କିର୍ଷାନି ୨୦ ଲିଟର ଦେଶି ମଦ, ଦୁଯ୍ୟଧନ ବିଷୋୟୀ ୧୦ ଲିଟର ଦେଶି ମଦ, କେଶବ ନାଗ ୯ ଲିଟରଦେଶି ମଦ , ସେନାପତି ହରିଜନ ଠାରୁ ୬.୫ ଲିଟର ବିଦେଶି ମଦ ସହ ୩ ଲିଟର ଦେଶି ମଦ ଜବତ କରିଛି । ଏହି ଚଢଉରେ ଜିଲା ଫାଇଙ୍ଗ ସ୍କାର୍ଡ, ଚନ୍ଦ୍ର ଶେଖର ପଡିହାରି, ରାଜୁ କୁମାର ଖେତି, ଅବକାରି ନିରିକ୍ଷକ ଶଶି କନ୍ତ ଦତ୍ତ, ଅବକାରି ଥାନା ଓଆଇସି ସୁବ୍ରତ କେଶିରି ହିରନ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande