ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ
Bhubaneswar, 21 ଫେବ୍ରୁଆରି (ହି.ସ.) କୋରାପୁଟ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ମାଛରା ଠାରେ କୋରାପୁଟ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ନିଆଁ ନିବାରଣ ଉପରେ ସ
ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ


Bhubaneswar, 21 ଫେବ୍ରୁଆରି (ହି.ସ.)

କୋରାପୁଟ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ମାଛରା ଠାରେ କୋରାପୁଟ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ନିଆଁ ନିବାରଣ ଉପରେ ସଚେତନତା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ବନଖଣ୍ଡ ଅଧିକାରୀ କେ.ଭି.ଭାସ୍କର ରାଓ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼, କୋରାପୁଟ ସଦରଥାନା ଅଧିକାରୀ ରୁନୁ ମାଝୀ, ଅଗ୍ନିଶମ ଅଧିକାରୀ ବିଜୟ କିଷାନ, ଜିଲ୍ଲା ପରିଷଦ ସଦସ୍ୟ ରଘୁ ଜାନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।୧୦ ଜଣ ଫାୟାର ୱାଚରଙ୍କୁ ଅତିଥି ମାନଙ୍କ ଦ୍ବାରା କିଟ ପ୍ରଦାନ କରାଯାଇଥିଲା।ଏହି ଅବସରରେ କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା। ଏହାପରେ ଏକ ସଚେତନତା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ବନପାଳ ଲକ୍ଷ୍ମୀ ପଟନାୟକ ମଞ୍ଚ ପରିଚାଳନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ କୋରାପୁଟ ବନାଞ୍ଚଳ ଅଧିକାରୀ ଏସ.କେ.ପାହାଡ଼ ସିଂ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande