ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀ ହେଲେ ଘନଶ୍ୟାମ
ମାଲକାନଗିରି, ୨୧ ଫେବ୍ରୁଆରି (ହି.ସ.) ବିଜୁ ଜନତା ଦଳର ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀ ଭାବେ ଜ
ମାଲକାନଗିରି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀ ହେଲେ ଘନଶ୍ୟାମ


ମାଲକାନଗିରି, ୨୧ ଫେବ୍ରୁଆରି (ହି.ସ.)

ବିଜୁ ଜନତା ଦଳର ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀ ଭାବେ ଜିଲ୍ଲାର ଟାଣୁଆ ଆଦିବାସୀ ସଙ୍ଗଠନର ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଘନଶ୍ୟାମ ମାଡକାମୀଙ୍କୁ ରାଜ୍ୟ ବିଜୁ ଜନତା ଦଳର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବ ନିଯୁକ୍ତି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ନବ ନିଯୁକ୍ତ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ମାଡକାମୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande