ଜୟପୁର, ୨୧ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲାରେ ୭୮ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି।ଶାନ୍ତି ଶୃଙ୍ଖଳା ସହ ପ୍ରଥମ ମାତୃଭାଷା ପରୀକ୍ଷା ଶେଷ ହୋଇଛି। ପ୍ରଥମ ଦିନ ପରୀକ୍ଷାରେ ସମୁଦାୟ ୧୬୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି।୨୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ରେଗୁଲାର ୧୫୮୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୧୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।୭୩ ଜଣ ଏକ୍ସ୍ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ରହିଥିଲେ।୧୬ ଜଣ ପତ୍ରବିନିମୟ ପାଠ୍ୟକ୍ରମ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ଜଣ ଅନୁପସ୍ଥିତ ରହିଥିଲେ।୭ ଜଣ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ରହିଥିଲେ।୧୯୫ ଜଣ ଏସଓଏସସି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୯ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ବୋଲି ବିଜ୍ଞାନ ପରିଦର୍ଶକ ଅନନ୍ତ ଦଳପତି କହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍କ୍ୱାର୍ଡ ୧୦ ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ୱତନ୍ତ୍ର ସ୍କ୍ୱାର୍ଡ ୫ ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ସମସ୍ତ କେନ୍ଦ୍ରରେ ସିସିଟିଭି ଏବଂ ୧୬ ଟି କେନ୍ଦ୍ରରେ ଏଆଇ କ୍ୟାମେରା ସ୍ଥାପନ କରାଯାଇଥିବାରୁ ଆଜିର ପରୀକ୍ଷାରେ କପି ରୋକାଯାଇ ପାରିଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ