ଜୀରାନଦୀର ଜଳ ପ୍ରଦୂଷିତ, ବ୍ୟବହାର ଅନୁପଯୋଗୀ ହୋଇପଡିଛି
ବରଗଡ଼, ୨୧ ଫେବୃଆରୀ (ହି.ସ.)- ବରଗଡ଼ ଜୀରାନଦୀର ଜଳ ଏବେ ପ୍ରଦୂଷିତ ହୋଇପଡିଛି । ଯଦ୍ୱାରା ଜୀରା ନଦୀର ଜଳ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ସହରରୁ ବାହାରୁ ଥିବା ଆବର୍ଜନା ତଥା ନାଳନର୍ଦ୍ଦମାର ପାଣି ନଦୀରେ ମିଶି ପ୍ରଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ବରଗଡ ସହରର ଜୀବନରେଖା ଭାବେ ପ
ଜୀରାନଦୀର ଜଳ ପ୍ରଦୂଷିତ-୩


ଜୀରାନଦୀର ଜଳ ପ୍ରଦୂଷିତ-୨


ଜୀରାନଦୀର ଜଳ ପ୍ରଦୂଷିତ-୧


ଜୀରାନଦୀର ଜଳ ପ୍ରଦୂଷିତ


ବରଗଡ଼, ୨୧ ଫେବୃଆରୀ (ହି.ସ.)- ବରଗଡ଼ ଜୀରାନଦୀର ଜଳ ଏବେ ପ୍ରଦୂଷିତ ହୋଇପଡିଛି । ଯଦ୍ୱାରା ଜୀରା ନଦୀର ଜଳ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ସହରରୁ ବାହାରୁ ଥିବା ଆବର୍ଜନା ତଥା ନାଳନର୍ଦ୍ଦମାର ପାଣି ନଦୀରେ ମିଶି ପ୍ରଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି ।

ବରଗଡ ସହରର ଜୀବନରେଖା ଭାବେ ପରିଚିତ ଜୀରାନଦୀର ଜଳ ଧିରେ ଧିରେ ପ୍ରଦୂଷିତ ହେବାକୁ ଲାଗିଛି । ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଜୀରା ନଦୀର ପାଣି ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ବରଗଡ଼ ଭିଏସଏସ ନଗର, ଖଜୁରଟିକ୍ରା, ଭଟଲି ରୋଡ ଛକ ଦେଇ ଏକ ନାଳିଆ ୱାର୍ଡ ନମ୍ବର ୧ ପୁରୁଣା ବ୍ରିଜ ଶ୍ମଶାନ ପାଖରେ ଜୀରା ନଦୀରେ ମିଶିଛି । ଉକ୍ତ ନାଳରେ ସହରର ବିଭିନ୍ନ ଅଚଂଳର ମଇଳା ତଥା ଆବର୍ଜନା ପାଣି ଆସି ସିଧାସଳଖ ଜୀରା ନଦୀରେ ମିଶୁଛି । ସେହିପରି ଆଖପାଖ ଅଚଂଳରୁ ମଧ୍ୟ ନର୍ଦ୍ଦମା ପାଣି ଜୀରା ନଦୀରେ ମିଶୁଥିବା ଦେଖିବାକୁ ମିଳୁଛି । ଫଳରେ ଜୀରାନଦୀ ପ୍ରଦୂଷିତ ହେବା ସହ ନଦୀ ତଟରେ ରହୁଥିବା ବହୁ ବସ୍ତିବାସିନ୍ଦା ଗାଧୋଇ ଚର୍ମରୋଗର ଶୀକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ଜୀରାନଦୀର ଜଳ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାଇପ ଯୋଗେ ସହରବାସୀଙ୍କୁ ଯୋଗାଣ ହେଉଥିଲା । ମାତ୍ର ବରଗାଁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ପରେ ଜୀରା ନଦୀରୁ ଜଳଯୋଗାଣ ବନ୍ଦ ରହିଛି । ଫଳରେ ଜିଲ୍ଳା ପ୍ରଶାସନ ଜୀରା ନଦୀର ଜଳ ସ୍ୱଚ୍ଛ ରଖିବା ପାଇଁ ସେତେଟା ଆଉ ଗୁରୁତ୍ୱ ଦେଉନାହିଁ । ତେବେ କେତେକ କ୍ଷେତ୍ରରେ ନଦୀକୂଳିଆ ବାସିନ୍ଦା ଏବେ ବି ଜୀରା ନଦୀର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଜୀରା ନଦୀର ଜଳ ପାନୀୟ ଜଳ ପାଇଁ ବ୍ୟବହାର କରିବା ତ ଦୂରର କଥା ତାହା ଗାଧୋଇବା ଉପଯୋଗୀ ହୋଇନାହିଁ । ବିଗତ ଦିନରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଜୀରାନଦୀରେ ବର୍ଜ୍ୟଜଳ ପକାଯିବାକୁ ନେଇ ଅଭିଯୋଗ ମଧ୍ୟ ହୋଇଛି । ଯାହାକୁ ନେଇ ଏନଜିଟି ଗୁରୁତ୍ୱର ସହ ଏହାକୁ ଗ୍ରହଣ କରି ଜୀରା ନଦୀର ସ୍ଥିତି ଅନୁଧ୍ୟାନ କରିଛି । ଏ ନେଇ ଗତ ଜାନୁଆରୀ ୨ ତାରିଖରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ତରଫରୁ ଜୀରା ନଦୀର ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଥିଲା । ଯେଉଁଥିରେ ଜୀରା ନଦୀର ପାଣି ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ବୋଲି ଦର୍ଶାଯାଇଛି । ତା ସତ୍ୱେ ମଧ୍ୟ ଜୀରା ନଦୀରେ ଆର୍ବଜନା ପାଣି ମିଶିବା ବନ୍ଦ ହୋଇ ନାହିଁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜୀରା ନଦୀରେ ମିଶୁଥିବା ଆବର୍ଜନା ପାଣି ବନ୍ଦ କରିବାକୁ ସହରବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande