ସମ୍ବଲପୁର, ୨୧ ଫେବୃୟାରୀ (ହି.ସ)
କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟମନ୍ତ୍ରୀ ଶ୍ରୀମତି ସାବିତ୍ରୀ ଠାକୁର ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଅନୁଷ୍ଠାନ ଏବଂ ଏକାଧିକ ମହିଳା ସହଯୋଗୀ ଗୋଷ୍ଠୀଙ୍କ ସହ ସାକ୍ଷାତ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ସେ ମା’ ସମଲେଶ୍ଵରୀଙ୍କ ଆଶୀର୍ବାଦ ନେଇ ଶୁଭାରମ୍ଭ କରିଥିଲେ। ପ୍ରଥମେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସହିତ ଉତ୍କଳ ବାଳଶ୍ରମ, ଧନକଉଡା ଅଞ୍ଚଳର ଶିଶୁଙ୍କ ସହିତ ସାକ୍ଷାତ କରିଥିଲେ। ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତି ସାବିତ୍ରୀ ଠାକୁର ଉପସ୍ଥିତ ଶିଶୁଙ୍କୁ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହି ପ୍ରେରଣା ଦେଇଥିଲେ। କହିଥିଲେ ସଫଳତା କେବେହେଲେ ଭାଗ୍ୟର ଫଳ ନୁହେଁ, ବରଂ ଏହା ନିରନ୍ତର ପ୍ରୟାସ, ଅଦମ୍ୟ ଇଚ୍ଛାଶକ୍ତି ଏବଂ ହୃଦୟରୁ କଠିନ ପରିଶ୍ରମର ଫଳ। ଯେଉଁମାନେ ଜୀବନରେ ବଡ଼ କିଛି କରିବାକୁ ଚାହିଁଛନ୍ତି, ସେମାନେ ଦିନରେ ଏକ ନୂଆ ଲକ୍ଷ୍ୟ ନେଇ କାମ କରନ୍ତୁ, ଅଭ୍ୟାସ କରନ୍ତୁ, ଏବଂ ନିଜ ଦୃଢ଼ ସଂକଳ୍ପ ସହ ଆଗକୁ ବଢନ୍ତୁ। ସେଥିପାଇଁ ଦୃଢ ମୋନୋବଳ ନେଇ କଠିନ ପରିଶ୍ରମ କଲେ ଦିନେ ନିଶ୍ଚୟ ନିଜର ଲକ୍ଷ ସ୍ତଳରେ ପହଞ୍ଚିପାରିବ ଏବଂ ଏହା ସହିତ ସର୍ବଦା ନିଜର ଗୁରୁଜନ, ଈଶ୍ବର ଙ୍କୁ ମନରେ ସ୍ମରଣକରି ଦୈନଦିନ ଜୀବନ ଆରମ୍ଭ କଲେ ନିଜର ଅଭିବୃଦ୍ଧି ହୁଏ, ମନସ୍କାମ ନିଶ୍ଚୟ ପୂରଣ ହୁଏ ବୋଲି ଶ୍ରୀମତି ଠାକୁର ପ୍ରକାଶ କରିଥିଲେ।ଆମ ସଂସ୍କାର, ସଂସ୍କୃତି ରହିଲେ ଆମେ ଭିଡ ଭିତରେ ମଧ୍ୟ ଆକାଶ ର ତାରା ଭଳି ଉଜ୍ଜ୍ଵଳ ଦେଖାଯାଇପାରିବା । ଭଲ କାମ କରି ନିଜ ସମାଜ, ନିଜ ଦେଶ, ନିଜ ମାଟିମା’ ର ନାଁ ରଖିବା।ସମାଜ ନିଜର ଉଦାହରଣ ସୃଷ୍ଠି କର ଯେମିତି ଅନ୍ୟ ମାନେ ତୁମ ମାନଙ୍କ ଠାରୁ ଶିଖିପାରିବେ। ଶେଷରେ ଉତ୍କଳ ବାଳଶ୍ରମ, ଧନକଉଡା ରେ ଶିଶୁ ମାନଙ୍କ ଦ୍ଵାରା ଆୟୋଜିତ କରଯାଇଥିଲା। ଏହାପରେ ମନ୍ତ୍ରୀ ମହୋଦୟା ବୃକ୍ଷ ରୋପଣ କରିଥିଲେ।ଆଶ୍ରମ ର ୭୦ ଜଣ ଶିଶୁଙ୍କୁ ବସ୍ତ୍ର ଏବଂ ଚକଲେଟ ବଣ୍ଟନ କରି ତାଙ୍କ ସହିତ କିଛି ମୂଲ୍ୟବାନ ସମୟ ବିତାଇଥିଲେ।
ଏହା ପରେ ମହିଳା ଏବଂ ଶିଶୁ କେନ୍ଦ୍ରରେ ଯାଇ ଗର୍ଭବତୀ ମହିଳାମାନଙ୍କ ସହ ଆଲୋଚନା କଲେ ଏବଂ ମମତା ଯୋଜନାର ସମୀକ୍ଷା କରିଥିଲେ।ମାନ୍ୟବର ମନ୍ତ୍ରୀ ରାମଦେଗା ଅଙ୍ଗନବାଡି କେନ୍ଦ୍ର,ତବଲା ଗ୍ରାମ ପଞ୍ଚାୟତ କୁ ପରିଦର୍ଶନ କରି ଛୋଟ ଛାତ୍ରଛାତ୍ରୀ ଏବଂ ମମତା ଯୋଜନା ର ହିତାଧିକାରୀ ଙ୍କ ସହିତ ସାକ୍ଷାତ କଲେ। ଏହା ସହ ରାମଦେଗା ପ୍ରାଥମିକ ବିଦ୍ୟାଳୟରେ ଯାଇ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(RBSK) ର ସମୀକ୍ଷା କରିଥିଲେ।ଏହି ଗସ୍ତ ଅବସରରେ ସେ କତରବଗା ଗ୍ରାମ ପହଞ୍ଚି ଷ୍ଟ୍ରବେରି ଚାଷ ପ୍ରକଳ୍ପ ଏବଂ ଲଉମା(ଲଉମାଲ) ଗ୍ରାମର ମା ପାଟନେସ୍ଵରୀ ବାମ୍ବୁ ପ୍ରୋଡ୍ୟୁସର ଗ୍ରୁପ ର ଲକ୍ଷପତି ଦିଦି ମାନଙ୍କ ସହିତ ମହିଳା ସମୂହ ଉଦ୍ୟମଗୁଡ଼ିକୁ ଦେଖିଲେ ଓ ମହିଳା ମାନଙ୍କ ସହିତ ମିସି ନୂଆ ଉଦ୍ୟମ ଏବଂ ଅର୍ଥନୈତିକ ସମ୍ବଳ ର ବୃଦ୍ଧି ବିଷୟରେ ଆଲୋଚନା କଲେ।
ଶେଷରେ, ମନ୍ତ୍ରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରି ସମ୍ବଲପୁର ଜିଲ୍ଲାର ମହିଳା ଓ ଶିଶୁ ଉନ୍ନୟନ ପାଇଁ ସରକାର ଙ୍କ ଦ୍ଵାରା ପ୍ରଚଳିତ ଯୋଜନାଗୁଡ଼ିକୁ ର ସମୀକ୍ଷା କରିଥିଲେ ଏବଂ ସଠିକ ଭାବେ ପରିଚାଳନା କାରିବାକୁ କହିଥିଲେ ।ଉକ୍ତ ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆଇ.ଏସ.ଏ ସ୍ଵଗତ ଭାଷଣ ଦେଇଥିଲେ।ପରେ ଜିଲ୍ଲାର ସମନ୍ଵିତ ଶିଶୁ ଓ ମହିଳା ବିକାଶ ଯୋଜନା, ଶିଶୁ ସୁରକ୍ଷା ର, ସ୍ୱାସ୍ଥ୍ୟ ବିଭାଗ ତଥା ମିଶନ ଶକ୍ତି ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ କରାଇଥିଲେ।ଏହା ପରେ ମାନ୍ୟବର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ, ଭାରତ ସରକାର, ଶ୍ରୀମତି ସାବିତ୍ରୀ ଠାକୁର ତାଙ୍କର ଅଭିଭାଷଣରେ କହିଥିଲେ ମହିଳା ଓ ଶିଶୁ ଙ୍କ ର ଉନ୍ନତି ହେଲେ ନିଜ ପରିବାର ତଥା ଦେଶ ର ଉନ୍ନତି ହେବ।ମହିଳା ମାନେ ନିଜର ସୁରକ୍ଷା ପାଇଁ SHE-BOX ପୋର୍ଟାଲ ରେ ନିଜର ଅଭିଯୋଗ ପ୍ରଦାନ କରିପାରିବେ ବୋଲି କହିଥିଲେ।ଜିଲ୍ଲାରେ ୱାନ ଷ୍ଟପ କେନ୍ଦ୍ର ଏକରୁ ଅଧିକ ରହିପାରିବ ଏବଂ ମହିଳା ମାନଙ୍କ ପାଇଁ ୱାର୍କିଙ୍ଗ ୱୋମେନ୍ସ ହସ୍ଟେଲ ସହରାଞ୍ଚଳ ରେ କରିବା ପାଇଁ କହିଥିଲେ।ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଗଠନ କରିବାରେ ଅଙ୍ଗନବାଡି କର୍ମୀଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ଜଣାଇଥିଲେ। ଅଧିକ ଆବଶ୍ୟକ ହେଲେ ପ୍ରସ୍ତାବ ଅନୁଯାୟୀ ଅନୁମୋଦନ କରି ହେବ ବୋଲି ପ୍ରତିଶୃତି ଦେଇଥିଲେ । ସୁପୋଷିତ ଗ୍ରାମପଞ୍ଚାୟତ ଅଧିକରୁ ଅଧିକ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ସରକାର ଙ୍କ ଦ୍ଵାରା ପରିଚାଳିତ ସମସ୍ତ କାର୍ଯ୍ୟକର୍ମ ର ବାର୍ତ୍ତା ଅଙ୍ଗନବାଡି କର୍ମୀ ଙ୍କ ଜରିଆରେ ଗ୍ରାମର ସମସ୍ତ ମହିଳା ମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସମ୍ବଲପୁର ଜିଲ୍ଲା ର ଉନ୍ନତି ପାଇଁ ସମସ୍ତ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଙ୍କୁ ଜନ ସାଧାରଣ ଙ୍କ ସଙ୍ଗେ ମିଶି କାମ କରିବାକୁ ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ମାନ୍ୟବର ରାଜ୍ୟମନ୍ତ୍ରୀ ଶ୍ରୀମତି ସାବିତ୍ରୀ ଠାକୁର ଏବଂ ସମ୍ବଲପୁରର ଜିଲ୍ଲାପାଳ ଙ୍କ ଦ୍ୱାରା ଗୋଟିଏ ନବଜାତ ଶିଶୁ (୫ ମାସ) ଏବଂ ୧୨ ବର୍ଷର ଶିଶୁକୁ ପୋଷ୍ୟ ଗ୍ରହଣ ଅର୍ଡର ପୋଷ୍ୟ ପିତାମାତାଙ୍କୁ ହସ୍ତାନ୍ତର କରଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ