କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବେ ଶୁଭ ଦୃଷ୍ଟି ପଡିବ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର
କେଉଁଝର, ୨୧ ଫେବ୍ରୁଆରି (ହି.ସ.) - କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଅଡିଟୋରିୟମରେ ଆୟୋଜିତ ଭାରତୀୟ ମେଡିକାଲ ଆସୋସିଏସନ ଓଡିଶା ଶାଖାର ୭୪ତମ ବାର୍ଷିକ ଉତ୍ସବକୁଉଦ୍‌ଘାଟନକରିବା ଅବସରରେ ଏହି ମେଡିକାଲ କଲେଜକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରି ଏକ ନମ୍ବର ରେ ପରିଣତ କରିବାକୁଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହ
େମଡିକା


କେଉଁଝର, ୨୧ ଫେବ୍ରୁଆରି (ହି.ସ.) - କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଅଡିଟୋରିୟମରେ ଆୟୋଜିତ ଭାରତୀୟ ମେଡିକାଲ ଆସୋସିଏସନ ଓଡିଶା ଶାଖାର ୭୪ତମ ବାର୍ଷିକ ଉତ୍ସବକୁଉଦ୍‌ଘାଟନକରିବା ଅବସରରେ ଏହି ମେଡିକାଲ କଲେଜକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରି ଏକ ନମ୍ବର ରେ ପରିଣତ କରିବାକୁଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ୱଭାବିକ ଭାବେ ସବୁ ମହଲରେ ଖୁସିର ଲହରି ଖେଳିଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଏଭଳି ସ୍ଥିତିରେ ମେଡିକାଲ କଲେଜ ଅନୁରୁପ ଅଧିକରୁ ଅଧିକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭୁଲିଯାଇଥିଲେ । ଯାହା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହାକୁ ନେଇ ବିଭନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉଙ୍କି ମାରିଛି ଅନେକ ପ୍ରଶ୍ନ । ନିଜ ନିର୍ବାଚନ ମଣ୍ଡଳୀରେତଥା ଜିଲ୍ଲା ମୁଖ୍ୟାଳୟରେଅବସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେବା ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଥିବା ଘଟଣା ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁଅଛପା ନୁହେଁ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର କିଛି ଦିନ ପରେ ତାଙ୍କର କେନ୍ଦୁଝର ଗସ୍ତ ଅବସର ସମୟରେ ସେ କେନ୍ଦୁଝରକୁ ସର୍ବାଧିକ ପ୍ରୂଷଣ ଓ ୁର୍ଘଟଣା ପ୍ରବଣ ଜିଲ୍ଲା ବୋଲି କହିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଂପର୍କରେ ଏହା ରୋଗାଗ୍ରସ୍ତ ହୋଇପଡିଥିବା କହିଥିଲେ । କିନ୍ତୁ ଜିଲ୍ଲା ତଥା ରୋଗୀଙ୍କ ସ୍ୱାର୍ଥୃଷ୍ଟିରୁ ସେହି ରୋଗାଗ୍ରସ୍ତ ଚିକିତ୍ସାଳୟକୁ ରୋଗମୁକ୍ତ କରିବା ଦିଗରେ କୌଣସି ଉପଯୁକ୍ତ ପକ୍ଷେପ ନେବା ପରିବର୍ତେତାହାକୁ ସେହିଭଳି ରୋଗାଗ୍ରସ୍ତ ଅବସ୍ଥାରେ ଆଜି ପର୍ଯ୍ୟନ୍ତ ଛାଡେିଇ କେଉଁ କ୍ଷତା ପ୍ରର୍ଶ ଲାଗି ଉ୍ୟମ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୟେମୁକ୍ତ ଚିକିତ୍ସା ସେବା ଏକ ପ୍ରକାର ସ୍ୱପ୍ନ ହୋଇଥିବା ବେଳେ ରୋଗୀଙ୍କୁ ଏଠାରେ ସଠିକ୍ ଚିକିତ୍ସା ସେବା ଯୋଗାଇବୋ ପରିବର୍ତେ ଅଧିକ ଭାବେ କଟକ ଭୁବନେଶ୍ୱର ଆି ବଡ ଡାକ୍ତରଖାନାକୁ ରେଫର କରି ଆମ ଡାକ୍ତରମାନେସେମାନଙ୍କ ।ୟିତ୍ୱ ଶେଷକରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଥାଏ । ଯାହା କେବଳ ଏକ ରେଫରାଲ ହସ୍‌ପିଟାଲରେ ପରିଣତ ହୋଇଛି ବୋଲି କୁୂହାଗଲେ ହୁଏତ ଭୁଲହେବନାହିଁ। ସର୍ବୋପରି କହିବାକୁ ଗଲେ ଜିଲ୍ଲ୍‌ା ମୁଖ୍ୟ ଚିକିତ୍ସାଳୟଟି ଏକ ପ୍ରକାର ବ୍ୟୟବହୁଳ ନର୍ସିଂହୋମରେ ପରିଣତହୋଇଅଛି । ଏଠାକାର ପରିମଳ ବ୍ୟବସ୍ଥା କଥା ନକହିଲେ ଭଲ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ସମଗ୍ର ଜିଲ୍ଲାରେ ଅନୁମୋିତ ୬୭୨ଜଣ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ୩୧୯ ଜଣ ଡାକ୍ତର । ସେଭଳିମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ୧୪୪ଟି ଡାକ୍ତର ପବୀ ମଧ୍ୟରୁ ଅଛନ୍ତି ମାତ୍ର ୬୩ ଜଣ । ଅନେକ ଗୁରୁତ୍ୱପୁର୍ଣ୍ଣ ଡାକ୍ତର ପଦବୀ ଖାଲି ପଡିଥିବା କାରଣରୁ ସ୍ୱାସ୍ଥସେବା ମଧ୍ୟ ପ୍ରଭାବିତ ହେଉଛି । କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲକ୍ଷ୍ୟରେ କରାଯାଇଥିବା ବ୍ୟବସ୍ଥାନୁଶାରେ ମୁଖ୍ୟ ଚିକିତ୍ସାଳୟକୁ ସପ୍ତାହର ବିଭିନ୍ନ ବାର ବାଦିବସରେ ଦିନକ ପାଇିଁ ଭୁବନେଶ୍ୱରରୁବରିଷ୍ଠ ଅଭଜ୍ଞ ଡାକ୍ତର ଓପ୍ରଫେସରମାନେ ଆସୁଥିବା ବେଳେ ସେମାନଙ୍କର ପେମେଟଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁପ୍ରାନ କରାଯାଉଅଛି । ସବୁଠାରୁ ଦୁଖଃର ବିଷୟ ହେଉଛି ଯେ ସେହି ଡାକ୍ତର ମାନଙ୍କଠାରୁ ପରାମର୍ଶ ନେବାକୁ ଆସୁଥିବା ରୋଗୀ ଓସେମାନଙ୍କ ସଂପର୍କୀୟ ମାନଙ୍କ ଭିଡ କାରଣରୁସେମାନଙ୍କୁ ରାତି ୪ଟାରୁ ମେଡିକାଲରେ ଆସି ଲାଇନ ଦେବାକୁ ପଡୁଛି । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ କରାଯାଇଥିବା ୟେମୁକ୍ତ ଡାଏଲସିସ ବ୍ୟବସ୍ଥାରେ ରୋଗୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏପରିକି ଡାଏଲିସିସ ପାଇିଁ ରୋଗୀମାନଙ୍କୁ ଦିନ ଦିନଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଅନେକ ରୋଗୀ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି । ଯିଓ କେନ୍ଦୁଝରରେ ପ୍ରାୟତଃ ସମସ୍ତ ବିଭାଗର ଅଭିଜ୍ଞଡାକ୍ତରଙ୍କ ସେବା ଉପଲବ୍ଧହୋଇପାରୁଛି କିନ୍ତୁ ଏହା ଏବେ ବହୁତ ମହଙ୍ଗା ହୋଇପଡିଛି । ଅଧିକାଂଶ ସରକାରୀ ଓ ଅବସରପ୍ରାପ୍ତ ଡାକ୍ତର ମାନଙ୍କ ସହ ଭୁବନେଶ୍ୱରରୁ ଆସୁଥିବା ଡାକ୍ତରମାନେ ବିଭନ୍ନ ମେଡିସିନ ଷ୍ଟୋର,କ୍ଳିନିକ ଏବଂ ଏଠାରେ ରହୁଥିବା ଡାକ୍ତରମାନେ ନିଜ ଘରେ ବସି ସେବା େଉଛନ୍ତି ସତ କିନ୍ତୁ ଫିସ ଏବେ ୪୦୦/୫୦୦ ଟଙ୍କାରେ ପହଂଚିଲାଣିି । ଏଭଳି ଅବସ୍ଥାରେ ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ର ଶୁଭଦୃଷ୍ଟି କେବେ ତାଙ୍କ ନିଜ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀରଏହି ଗୁରୁତ୍ୱପୁର୍ଣ୍ଣ ଚିକିତ୍ସାଳୟ ଉପରେ ପଡିବ ଏବଂ ଏଠାରେ ସମସ୍ତଙ୍କୁ ଉପଯୁକ୍ତ ୟେମୁକ୍ତ ଚିକିତ୍ସାସେବା ମିଳିବା ଉପରେ ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିବେ ତାହା ଉପରେ ସମସ୍ତଙ୍କ ଆଖି ।

ହିନ୍ଦୁସ୍ଥାନ ସମାଚାର/ବିଭୁତି/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଭୁତି


 rajesh pande