ଅରୁଣ ଭାରତୀ ବିଦ୍ୟାବାଣୀ ଭବନରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ସ୍ଥିତ ଅରୁଣ ଭାରତୀ ବିଦ୍ୟାବାଣୀ ଭବନରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପିକା ସଂଯୁକ୍ତା ଭାରତୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଗଳ୍ପ କଥନ, ପ୍ରସ୍ଥାବନା ପଠନ,
MATRU BHASA DIBAS NEWS


ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ସ୍ଥିତ ଅରୁଣ ଭାରତୀ ବିଦ୍ୟାବାଣୀ ଭବନରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପିକା ସଂଯୁକ୍ତା ଭାରତୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଗଳ୍ପ କଥନ, ପ୍ରସ୍ଥାବନା ପଠନ, କବିତା ଆବୃତି ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରବଚକ ସୁଧାକର ଧନୀ, ବୀଣାପାଣି ମିଶ୍ର, ପ୍ରମିଳା ସାହୁ, ସୁକାନ୍ତ ମହାରାଜ, କୃଷ୍ଣଚନ୍ଦ୍ର ନାୟକ, ପ୍ରକାଶ ସାମଲ, କନକ ପଣ୍ଡା, ଶୁଭଦ୍ରା ବିଶ୍ୱାଳ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ସମୃଦ୍ଧି ଉପରେ ଗୁରତ୍ୱ ଦେଇଥିଲେ। ବିଦ୍ୟାଳୟର ବିଶ୍ୱଶ୍ରୀ ଦାସ, ବିଶ୍ୱଜିତ ସାହୁ, ନିମାଇଁ ବିଳାସ, ସ୍ନେହାଶିଷ ମହାଳିକ, ବିଷ୍ଣୁପ୍ରିୟା ପଣ୍ଡା, ବିଜୟଲକ୍ଷ୍ମୀ ବିଳାସ, ଖୁସିରାଣୀ ନାୟକ, ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମାନସୀ ନୟନା ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande