କନ୍ଧମାଳ ଜିଲାର  ୨୧୪ ହାଇସ୍କୁଲର  ୭୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଲେ ୧୦ ହଜାର ୩୪୬  ଛାତ୍ରଛାତ୍ରୀ
Matriculation exam news and photo from Phulbani
ଫୋଟ


କନ୍ଧମାଳ , ୨୧ ଫେବ୍ରୁଆରି (ହି.ସ.) ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ । ଜିଲ୍ଲାରେ ସମୁଦାୟ ୨୧୪ ହାଇସ୍କୁଲର ୧୦ ହଜାର ୩୪୬ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିଭଳି ୩୨ ଜଣ ଏକ୍ସ ରେଗୁଲାର, ୧୫୨ ମୁକ୍ତ ବିଦ୍ୟାଳୟର ଏବଂ ୧୧୪ ଜଣ ମଧ୍ଯମା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବେ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲାରେ ମୋଟ

୬୬ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ । ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ୩ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ପାଇଁ ୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ପ୍ରଶ୍ନପତ୍ର ରଖିବାକୁ ମୋଟ ୧୬ଟି ନୋଡାଲ୍ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ସେଥି ମଧ୍ୟରୁ ୯ଟି ନୋଡାଲ୍ କେନ୍ଦ୍ର ବିଭିନ୍ନ ସ୍କୁଲରେ ହୋଇଥିବା ବେଳେ ୭ଟି ନୋଡାଲ୍ କେନ୍ଦ୍ର ବିଭିନ୍ନ ଥାନାରେ ରହିଛି। ବିଶେଷକରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥାନାରେ ନୋଡାଲ କେନ୍ଦ୍ର ସ୍ଥାପିନ ସ‌ହ ସିସିଟିଭି

ସଂଯୋଗ କରାଯାଇଛି ଏବଂ କପି ରୋକିବାକୁ ସ୍ଵତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ନୋଡାଲ କେନ୍ଦ୍ର ପାଇଁ ଜଣେ ଲେଖାଏଁ ପ୍ରଶାସନିକ ଅଧିକାରୀଙ୍କୁ କେନ୍ଦ୍ର ନିରୀକ୍ଷକ ଭାବେ ନିଯୁକ୍ତ କରାଯାଇଛି। ପ୍ରଶ୍ନପତ୍ର କଡ଼ା ସୁରକ୍ଷା ଏବଂ ଏଠାରେ ୨୪ ଘଣ୍ଟିଆ ପୁଲିସ ପହରା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ । ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ ହୋଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande