ଜୟପୁର, ୨୧ ଫେବୃଆରୀ (ହି.ସ.)-
କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ବରେ ଓଡିଶାର ଏକ ପ୍ରତିନିଧ୍ ମଣ୍ଡଳୀ ଆଜି ରାଷ୍ଟ୍ରପତିଙ୍କୁ ଆଦିବାସୀ ଅଧିକାର ଏବଂଭାଷାକୁ ମାନ୍ୟତା ନିମନ୍ତେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ | ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ବରେ ଓଡିଶାର ଏକ ପ୍ରତିନିଧ୍ଵଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡିଶାର ଆଦିବାସୀ ସମ୍ପ୍ରଦାୟକୁ ପ୍ରଭାବିତ କରୁଥ୍ବାବା ଦୁଇଟି ଦୀର୍ଘ ବିଚାରାଧୀନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶାର ଅନୁସୂଚିତ ଜନଜାତି (57) ତାଲିକାରେ ଝୋଡିଆ ସମ୍ପ୍ରଦାୟର ଅନ୍ତର୍ଭୂକ୍ତ | ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ସୌରା ଭାଷାକୁ ସ୍ବୀକୃତି ପ୍ରଦାନ |ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧୀ, ବୁଦ୍ଧିଜୀବୀ ତଥା ସାମାଜିକ କାର୍ଯ୍ୟକର୍ଭାଙ୍କୁ ନେଇ ଏହି ପ୍ରତିନିଧୀ ଦଳ ଝୋଡିଆ ସମ୍ପ୍ରଦାୟ ସମ୍ମୁଖୀନହୋଇଥୁବା ଏତିହାସିକ ଅନ୍ୟାୟ ଏବଂ ସାମ୍ବିଧାନିକ ସ୍ବୀକୃତି ମାଧ୍ଯମରେ ସୌରା ଭାଷାକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବାରଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଝୋଡିଆ ସମ୍ପ୍ରଦାୟ ପାଇଁ ନ୍ୟାୟକୋରାପୁଟ, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ରହୁଥ୍୍ବା ଝୋଡିଆ ସମ୍ପ୍ରଦାୟ ପୂର୍ବରୁ ପରଜା ଜନଜାତିର ସମକକ୍ଷ ଭାବରେମାନ୍ୟତା ପାଇଥୁଲେ ଏବଂ 1997 ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଅନ୍ତର୍ଭୂକ୍ତ ଥିଲେ । କିନ୍ତୁ, ଅବିଚାର ପୂର୍ବକସେମାନଙ୍କୁ 57 ତାଲିକାରୁ ବାଦ ଦେବା ଦ୍ବାରା ସେମାନେ ବର୍ଭମାନ ଗଭୀର ସାମାଜିକ ଏବଂ ଅର୍ଥନୈତିକ ସଂକଟରେ ପଡ଼ିଛନ୍ତି।ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ସଚିବଙ୍କ ସରକାରୀ ଅନୁରୋଧ ସମେତ ଓଡିଶା ରାଜ୍ୟସରକାରଙ୍କ ବାରମ୍ବାର ସୁପାରିଶ ସତ୍ତ୍ଵେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ପ୍ରତିନିଧ୍୍ ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଝୋଡିଆ ସମ୍ପ୍ରଦାୟର ଏସଟି ସ୍ଥିତିର ତୁରନ୍ତ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଶିକ୍ଷା, ରୋଜଗାର ଏବଂବିଭିନ୍ନ କଲ୍ୟାଣ ଯୋଜନାରେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।ଓଡିଶା ଏବଂ ପଡୋଶୀ ରାଜ୍ୟରେ ପାଞ୍ଚ ଲକ୍ଷରୁ ଅଧକ ଆଦିବାସୀଙ୍କ କଥ୍ତ ସୌରା ଭାଷାର ଏକ ସମୃଦ୍ଧ ଏଁତିହ୍ୟ ଏବଂ ଏକ ଅନନ୍ୟଲିପି ସୌରା ସୋନ୍ଜେଙ୍ଗ ରହିଛି। ତଥାପି, ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀତରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଏହାରସରକାରୀ ସ୍ବୀକୃତି, ସରକାରୀ ସମର୍ଥନ ଏବଂ ଭାଷାଭିଭିକ ସଂରକ୍ଷଣ ପଦକ୍ଷେପକୁ ଅସ୍ବୀକାର ଓ ଉପେଷିତ କରାଯାଇଛି |ଉକ୍ତ ପ୍ରତିନିଧ୍ବ ଦଳ ଏହାକୁ ଗୁରୁତ୍ବାରୋପ କରି କରିଛନ୍ତି ଯେ ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହେବାସହ ସରକାରୀ ପ୍ରକାଶନ,ଶିକ୍ଷାଗତ ପଦକ୍ଷେପ, ସାଂସ୍କୃତିକ ସଂରକ୍ଷଣ ଏବଂ ବିକାଶ ପାଇଁ ଆର୍ଥିକ ସହାୟତା ଅନୁମତି ଦେବା ଫଳରେ ଏକ ଜନଜାତୀୟଭାଷାର ବିକାଶ ହୋଇପାରିବ। ଯେଉଁ ଭଳି ଅନ୍ୟାନ୍ୟ ଆଦିବାସୀ ଭାଷା ସରକାରୀ ମାନ୍ୟତା ପାଇଛନ୍ତି ଠିକ୍ ସେହିଭଳି ଏବେ ସୌରାଭାଷା କୁ ମଧ୍ଯ ସମାନ ମାନ୍ୟତା ପ୍ରଦାନ କରିବାର ସମୟ ଆସିଛି ।ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଏବଂ ଉକ୍ତ ପ୍ରତିନିଧୀ ଦଳ ଆଦଶ୍ଯକୀୟ ସରକାରୀ ଦଲିଲ ଏବଂ ଉକ୍ତ ସମ୍ପ୍ରଦାୟର ଏକ ଦସ୍ତଖତଅଭିଯାନ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ ମଧ୍ଯ କରିଥ୍ଲେ।ମାନ୍ୟବର ସାଂସଦ କୋରାପୁଟଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲାରେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ପାଇଁ ଏକ ଦସ୍ତଖତ ଅଭିଯାନ ଆରମ୍ଭହୋଇଥଲା। ସୌରା ଭାଷାକୂ ସରକାରୀ ମାନ୍ୟତା ଦେବା ପାଇଁ ଏକ ଅଭିଯାନ ମାଧ୍ଯମରେ ଅଞ୍ଚଳରୁ ପ୍ରାୟ 10,000 ରୁ ଉର୍ତ୍ସଦସ୍ତଖତ ସଂଗ୍ରହ କରାଯାଇଥୁଲା । ଯେଉଁ ଥ୍ବରେ ତ୍ରିପୁରାର ଦସ୍ତଖତକୁ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇଥ୍ଲା । ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରାୟ 15,000ରୁ ଉର୍ଶୁ ଦସ୍ତଖତ ସଂଗ୍ରହ କରାଯାଇଥୁଲା, ଯାହାକୁ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯାଇଛି।ଏହି ପ୍ରତିନିଧ୍ ଦଳ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି I ଝୋଡିଆ ସମ୍ପ୍ରଦାୟକୁ 57 ସିତିକୁ ପୁନରୁଦ୍ଧାର କରାଯାଉ | ଅଷ୍ଟମ ସୂଚୀରେ ସୌରା ଭାଷାକୁ ଅନ୍ତର୍ଭୂକ୍ତ କରାଯାଉ ।ପୂର୍ବରୁ ଏହି ଦାବୀ ଗୁଡିକ ବହୁବାର ଉପେକ୍ଷିତ ହୋଇଆସୁଥ୍ଲା ବର୍ତମାନ ଏହାକୁ ଅଗ୍ରାଧ୍କାର ଦିଆଯାଉ ବୋଲି ପ୍ରତିନିଧ୍ ମଣ୍ଡଳୀ ଦାବି କରିଛନ୍ତି Iଏହି ପ୍ରତିନିଧି ଦଳର ନେତୃତ୍ବ ଶ୍ରୀ ସପ୍ତଗିରି ଶଙ୍କର ଉଲାକା, ସାଂସଦ (କୋରାପୁଟ) ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ ନେଇଥ୍ବବା ଦେଳେ ଏଥିରେ ଅନ୍ୟ ମାନଙ୍କ ମଧ୍ଯରେ ରାମପ୍ରସାଦ ଗମାଙ୍ଗ, କେତନ ଶବର, ଦିନମସି ଗମାଙ୍ଗ,ଓଇରୁମ୍ପି ଶବର, ନୀଳକଣ୍ଠ ଝୋଡିଆ, ସନ୍ଦୁ ଚରଣ ମାଝି, ଦୁଧେଶ୍ବର ଝୋଡିଆ ଅନିରୁଦ୍ଧ ଝୋଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପବନ