ରୁମାପଶିରେ ପଂଚମୁଖି ହନୁମାନଙ୍କ ବାର୍ଷିକ ପୂଜା ଉତ୍ସବ
କୋରେଇ, ୨୧ ଫେବ୍ରୁଆରି (ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁମାପଶି ଗ୍ରାମରେ ପଂଚମୁଖି ହନୁମାନ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ବିଗ୍ରହ ପ୍ରତିଷ୍ଠାର ଏକ ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମରେ ଘଟସ୍ଥାପନ, ଅଙ୍କୁରାରୋପଣ ଅଧିବାସ, କଳସ ଶୋଭାଯାତ୍ରା,
ରୁମାପଶିରେ ପଂଚମୁଖି ହନୁମାନଙ୍କ ବାର୍ଷିକ ପୂଜା ଉତ୍ସବ


କୋରେଇ, ୨୧ ଫେବ୍ରୁଆରି (ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁମାପଶି ଗ୍ରାମରେ ପଂଚମୁଖି ହନୁମାନ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ବିଗ୍ରହ ପ୍ରତିଷ୍ଠାର ଏକ ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମରେ ଘଟସ୍ଥାପନ, ଅଙ୍କୁରାରୋପଣ ଅଧିବାସ, କଳସ ଶୋଭାଯାତ୍ରା, ଯଜ୍ଞାରମ୍ଭ କରାଯାଇଥିଲା । ଭକ୍ତ ଓ ଦର୍ଶକ ମାନେ ପଂଚମୁଖି ହନୁମାନଙ୍କ ଦର୍ଶନ ଓ ଅର୍ଶିବାଦ ଗ୍ରହଣ କରିଥିଲେ । ପୂଜକ ଭାବେ ଦିଲ୍ଲୀପ ପଣ୍ଡା ଓ ସାଥି ଯୋଗଦେଇଥିବା ବେଳେ କର୍ତା ଭାବେ ଚୈତନ୍ୟ ଖଣ୍ଡାଇ ଓ ପ୍ରେମଲତା ଖଣ୍ଡାଇ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମୂହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ପଂଚାୟତ ତଥା ଆଖପାଖ ଅଂଚଳର ବହୁ ବୁଦ୍ଧିଜିବୀ, ରାଜନେତା, ସମାଜସେବୀ, ସମ୍ବାଦିକ ପ୍ରମୁଖ ଯୋଗଦାନ କରି ବିଭୂକୃପା ଲାଭ କରିବା ସହ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ତିକ ଖଣ୍ଡାଇ, ଜ୍ଞାନ ରଂଜନ ଖଣ୍ଡାଇ, ସୁଶାନ୍ତ ସେନାପତି, ରତିରଂଜନ ଖଣ୍ଡାଇ ପ୍ରମୁଖଙ୍କ ସମେତ ଗ୍ରାମର ଯୁବ ଗୋଷ୍ଠୀ ଅନୁଷ୍ଠାନ ପକ୍ଷରୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande