ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗିର ସଦର ଏସଡିପିଓ ରୂପେ ଯୋଗଦେଲେ  
ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗିର ସଦର ଉପଖଣ୍ଡରେ ନୂତନ ଏସ ଡି ପି ଓ ଭାବରେ ଗତ ବୁଧବାର ଦିନ କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏସ ଡି ପି ଓ ବାବାରେ ସେ କାର୍ଯ୍ୟ କରିଥିଲେ। ସେ ଗତ ୧୯ ତାରିଖ ଯୋଗ ଦେବା ପରେ ତାଙ୍କ ଅଧିନରେ ଥି
ସରୋଜ କୁମାର ଉପାଧ୍ୟାୟ  ବଲାଙ୍ଗିର ସଦର ଏସ ଡି ପି ଓ ଭାବରେ ଯୋଗଡେଲେ  


ରାଜ୍ୟ ବିଜେପିର ସୋନପୁର ଜିଲ୍ଲା ସଭାପତି ବେଣୁଧର ଦାସ


ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗିର ସଦର ଉପଖଣ୍ଡରେ ନୂତନ ଏସ ଡି ପି ଓ ଭାବରେ ଗତ ବୁଧବାର ଦିନ କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏସ ଡି ପି ଓ ବାବାରେ ସେ କାର୍ଯ୍ୟ କରିଥିଲେ। ସେ ଗତ ୧୯ ତାରିଖ ଯୋଗ ଦେବା ପରେ ତାଙ୍କ ଅଧିନରେ ଥିବା ଥାନା ଗୁଡ଼ିକର ଖବର ନେଇଥିଲେ। ଏସ ଡି ପି ଓ ହେବା ଆଗରୁ ପ୍ରଥମେ ସେ ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଥାନାରେ ସଫଳତା ସହିତ ଇନ୍ସପେକ୍ଟର ରୁପେ କାର୍ଯ୍ୟ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ଯୋଗଦେଇଥିଲେ ମଧ୍ଯ ବଲାଙ୍ଗିର ସଦର ଏସ ଡି ପି ଓ ଭାବରେ ସଦର ଉପଖଣ୍ଡ ଅଧୀନରେ ଥିବା ଥାନା ଗୁଡିକ ଅଞ୍ଚଲ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande