ସରୋଜ କୁମାର ଉପାଧ୍ୟାୟ ନୂତନ ଏସଡିପିଓ ରୂପେ ବଲାଙ୍ଗିରରେ ଯୋଗଦେଲେ
ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗିର ସଦର ଉପଖଣ୍ଡରେ ନୂତନ ଏସଡିପିଓ ଭାବରେ ଗତ ବୁଧବାର ଦିନ କାର୍ଯ୍ୟରେ ଯୋଗଦେଲେ । ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏସ ଡି ପି ଓ ବାବାରେ ସେ କାର୍ଯ୍ୟ କରିଥିଲେ। ସେ ଗତ ୧୯ ତାରିଖ ଯୋଗଦେବା ପରେ ତାଙ୍କ ଅଧିନରେ ଥିବା ଥାନା
ସରୋଜ କୁମାର ଉପାଧ୍ୟାୟ ନୂତନ  ଏସ ଡି ପି ଓ ଭାବରେ ବଲାଙ୍ଗିର ରେ ଯୋଗଦେଲେ


ବଲାଙ୍ଗିର, ୨୧ ଫେବୃଆରୀ (ହି.ସ.)- ସରୋଜ କୁମାର ଉପାଧ୍ୟାୟ ବଲାଙ୍ଗିର ସଦର ଉପଖଣ୍ଡରେ ନୂତନ ଏସଡିପିଓ ଭାବରେ ଗତ ବୁଧବାର ଦିନ କାର୍ଯ୍ୟରେ ଯୋଗଦେଲେ । ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏସ ଡି ପି ଓ ବାବାରେ ସେ କାର୍ଯ୍ୟ କରିଥିଲେ। ସେ ଗତ ୧୯ ତାରିଖ ଯୋଗଦେବା ପରେ ତାଙ୍କ ଅଧିନରେ ଥିବା ଥାନା ଗୁଡ଼ିକର ଖବର ନେଇଥିଲେ। ଏସଡିପିଓ ହେବା ଆଗରୁ ପ୍ରଥମେ ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଥାନାରେ ସଫଳତା ସହିତ ଇନ୍ସପେକ୍ଟର ରୁପେ କାର୍ଯ୍ୟ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ଯୋଗଦେଇଥିଲେ ମଧ୍ଯ ବଲାଙ୍ଗିର ସଦର ଏସଡିପିଓ ଭାବରେ ସଦର ଉପଖଣ୍ଡ ଅଧୀନରେ ଥିବା ଥାନା ଗୁଡିକ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande