ସୁବର୍ଣ୍ଣପୁର ସହର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ ନିଖୋଜ
ସୁବର୍ଣ୍ଣପୁର, ୨୧ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ(୨୩) ନିଖୋଜ ଅଛନ୍ତି। ସେ ନିକଟରେ ମୃତ୍ୟୁ ବରଣ କରିଥିବା କଲେଜ କ୍ୟାଣ୍ଟିନ ମାଲିକ ଦିଲିପ ନାଏକ ଙ୍କ ପୁତ୍ର ଅଟନ୍ତି। ଏନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଘଟଣା
ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ ନିଖୋଜ


ସୁବର୍ଣ୍ଣପୁର, ୨୧ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ(୨୩) ନିଖୋଜ ଅଛନ୍ତି। ସେ ନିକଟରେ ମୃତ୍ୟୁ ବରଣ କରିଥିବା କଲେଜ କ୍ୟାଣ୍ଟିନ ମାଲିକ ଦିଲିପ ନାଏକ ଙ୍କ ପୁତ୍ର ଅଟନ୍ତି। ଏନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି।

ଘଟଣାରୁ ପ୍ରକାଶ ଯେ, ସେ ବୁଧବାର ଦିନ କଲେଜ କ୍ୟାଣ୍ଟିନରୁ ଅପରାହ୍ନ ୩ଟା ୩୦ ରେ ଘରକୁ ଫେରିବା ପରେ ସ୍କୁଟି ନଂ OD31J-4600 ନେଇ ଘରୁ କୁଆଡେ ପଳେଇଥିଲେ। ଘର ଲୋକେ ବହୁତ ଖୋଜାଖୋଜି ପରେ କାଲି ସକାଳୁ ସ୍କୁଟି ଟି ଜିଲ୍ଲାର ଉଲୁଣ୍ଡା ବ୍ଲକ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଠାବ ହୋଇଥିଲା। କିନ୍ତୁ ରୋହିତଙ୍କ କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ। ସ୍ଥାନୀୟ ଅଞ୍ଚଳର ମଧ୍ଯ ଶହ ଶହ ଲୋକ ପାତାଳୀ ପାହାଡ ଅଞ୍ଚଳରେ ଖୋଜାଖୋଜି କରି ପାଇ ନ ଥିବା ଜଣାପଡ଼ିଛି। ପରେ ଥାନା ପକ୍ଷରୁ ତାଙ୍କ ମୋବାଇଲ ଟ୍ରାକ କରାଯିବାରୁ ତାହା ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଠାବ ହୋଇଥିଲା । ସେଠାରେ ମଧ୍ୟ ସେମାନେ ପୋଲିସ ସହାୟତାରେ ବହୁତ ଖୋଜାଖୋଜି କରିଥିବା ବେଳେ ପାଇ ନ ଥିଲେ। ଆଜି ଡିଏଫଓ ମଦନ ଲାଲ୍ ଶର୍ମାଙ୍କ ତତ୍ତ୍ବାବଧାନରେ ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଡ୍ରୋନ ସହାୟତାରେ ପାତାଳୀ ପାହାଡ ତଥା ଜଙ୍ଗଲରେ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି। ସେପଟେ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ନିକଟସ୍ଥ ଥାନା କିମ୍ବା 7978657943 ସୌରଭ ମହାନ୍ତି, 7008509767 ରିତିକ ନାଏକ ଏବଂ 9937218992 ପ୍ରଫୁଲ୍ଲ ନାଏକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଟାଉନ ଥାନା ପୋଲିସ ଏବଂ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande