କେନ୍ଦ୍ରାପଡା,୨୧ ଫେବୃଆରୀ (ହିସ) - କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ କେନ୍ଦ୍ରାପଡା ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ ଶୁଭ ଉଦଘାଟନ କରିଥିଲେ ଓ ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ଆଶା, ଗାଁ କଲ୍ୟାଣ ସମିତି ଓ ଆରୋଗ୍ୟ ସମିତିର କର୍ମକର୍ତା ମାନଙ୍କୁ ବର୍ଷକୁ ଥରେ ସେମାନଙ୍କର ଉଚ୍ଚକୋଟୀର କାର୍ଯ୍ୟଦକ୍ଷତା ପାଇଁ ପ୍ରୋତ୍ସାହନ କରିବା ସହିତ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିବା ଉକ୍ତ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା ଓ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାକୁ ଆଗେଇ ନେବାରେ ଆଗ୍ରହ ପ୍ରକାଶ କରିବା ସହିତ ସୁଦକ୍ଷତାର ପରିଚୟ ସୃଷ୍ଟି କରିବା ଏହି ସମ୍ମିଳନର ଉଦ୍ଦେଶ୍ୟ ଓ ଏହି ସମ୍ମିଳନୀରେ ୬ ଜଣ ଗ୍ରାମାଂଚଳର ଆଶାକର୍ମୀ ପୁରସ୍କୃତ ହୋଇଥିଲେ ଓ ଉଚ୍ଚମାନର କାର୍ଯ୍ୟଦକ୍ଷତା ପାଇଁ ପ୍ରତି ବ୍ଲକରୁ ଜଣେ ଲେଖାଏଁ ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା ଏବଂ ୨୮ ଜଣ ମହିଳା ଆରୋଗ୍ୟ ସମିତିର ସଭ୍ୟ ସଭ୍ୟାଙ୍କୁ ସମ୍ମାନିତ କରାଯାଇ ଥିଲା ଓ ଏହାଛଡା କାୟାକଳ୍ପ ପୁରସ୍କାର ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଆଳି, ଡେରାବିଶ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ପାଟକୁରା ଓ ଇନ୍ଦୁପୁର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାନ୍ତ୍ୱନାମୂଳକ ଭାବେ ପୁରସ୍କୃତ ହୋଇଥିଲେ ଓ ଏତଦ ବ୍ୟତୀତ ରାଜ୍ୟସ୍ତରରେ ପରିବେଶ ଅନୁକୂଳ ଚିକିତ୍ସାଳୟ ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା ଓ ଉକ୍ତ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ କଲ୍ୟାଣ କୁମାର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରିଣୀ ଅଦ୍ୟାଶା ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂହ, ଗୀତାଞ୍ଜଳି ଦାସ ପ୍ରମୁଖ ମଂଚାସୀନ ହୋଇଥିଲେ ଓ ଏତଦ ବ୍ୟତୀତ ପ୍ରତ୍ୟେକ ବ୍ଲକରୁ ଚିକିତ୍ସା ଅଧିକାରୀ, ପିଏଚଇଓ, ବିପିଏମ୍, ବିଡିଏମ, ଗାଁ କଲ୍ୟାଣ ସମିତିର ସଭ୍ୟ ତଥା ମହିଳା ଓ ଆରୋଗ୍ୟ ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ରବି