ଏଏସବିଏମ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ 10ମ ଅନ୍ତର୍ଜାତୀୟ ପରିଚାଳନା ସମ୍ମିଳନୀ ଉଦଘାଟନୀ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀଙ୍କ ଯୋଗଦାନ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) - ଆଜି ଭୁବନେଶ୍ବର ଚ଼ନ୍ଦକା ସ୍ଥିତ ଏଏସବିଏମ ୟୁନିର୍ଭସିଟି ତରଫରୁ ଆୟୋଜିତ ୧୦ମ ଆନ୍ତର୍ଜାତୀୟ ପରିଚାଳନା ସମ୍ମିଳନୀର ଉଦଘାଟନୀ‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସ
ଏଏସବିଏମ ୟୁନିଭର୍ସିଟି     ପକ୍ଷରୁ ଆୟୋଜିତ 10ମ ଅନ୍ତର୍ଜାତୀୟ ପରିଚାଳନା ସମ୍ମିଳନୀ ଉଦଘାଟନୀ କାର୍ଯ୍ୟକ୍ରମରେ ଆଇନ     ମନ୍ତ୍ରୀଙ୍କ ଯୋଗଦାନ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)

- ଆଜି

ଭୁବନେଶ୍ବର ଚ଼ନ୍ଦକା ସ୍ଥିତ ଏଏସବିଏମ ୟୁନିର୍ଭସିଟି ତରଫରୁ ଆୟୋଜିତ ୧୦ମ ଆନ୍ତର୍ଜାତୀୟ ପରିଚାଳନା

ସମ୍ମିଳନୀର ଉଦଘାଟନୀ‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆଇନ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପାନୁଷ୍ଠାନ,ବୈଷୟିକ କ୍ଷେତ୍ର ହେଉ ଅବା ଯେକୈାଣସି କ୍ଷେତ୍ରରେ ପରିଚ଼ାଳନା ହିଁ

ଗୁରୁତ୍ଵପୂର୍ଣ୍ଣ। ଯେଉଁ କ୍ଷେତ୍ରରେ ପରିଚ଼ାଳନା କୁ ସୁଦୃଢ଼ କରାଯାଇଥାଏ,ସେହି କ୍ଷେତ୍ର ଉତ୍କର୍ଷତା ହାସଲ କରିପାରିବ। ସାଧାରଣ ଭାବରେ

ବ୍ୟବସାୟ ରଣନୀତିର ବିକାଶ ଓ ପରିଚାଳନା ପାଇଁ ସାମାଜିକ କଲ୍ୟାଣ, ପରିବେଶ ଅନୁକୂଳ ବିକାଶ ଏବଂ ବ୍ୟବସାୟିକ ଦକ୍ଷତା ଭଳି ତିନୋଟି ମୌଳିକ

ଉପାଦାନ ବ୍ୟବହାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ। ଆଗମୀ ଦିନରେ ଆର୍ଥିକ ବଜାରକୁ

ନିୟନ୍ତ୍ରଣ କରିବା ଏବଂ ଆର୍ଥିକ ସଙ୍କଟର ମୁକାବିଲା ଓ ପରିଚାଳନା କରିବାରେ ଛାତ୍ର ଛାତ୍ରୀ

ମାନଙ୍କ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ। ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର

ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର

ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି।ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ

ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ୨୦୪୭ ପାଇଁ ବିକଶିତ ଓଡ଼ିଶା ୨୦୩୬”ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏକ ନୂତନ ପରିକଳ୍ପନା।

ଉକ୍ତ କାର୍ଯ୍ୟକ୍ରମ

ଅବସରରେ ଏଏସବିଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ବିଶ୍ୱଜିତ୍

ପଟ୍ଟନାୟକ, କୁଳପତି ପ୍ରଫେସର ରଂଜନ କୁମାର ବାଲ୍, ପ୍ରଫେସର ଡଗଲାସ୍ ଏବଂ ମୁଖ୍ୟ ନିର୍ଦ୍ଦେଶିକା ତଥା ସମ୍ମିଳନୀର

ଚେୟାରମ୍ୟାନ୍ ପ୍ରଫେସର ସ୍ମାରକୀ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ

ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande