ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କିଟ୍
ପ୍ରସଙ୍ଗକୁ ନେଇ ମୁଲତବୀ ଆଲୋଚନା ବେଳେ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି ।ସେ
କହିଛନ୍ତି 1991ରେ ଯିଏ ମହର୍ଷି
କଲେଜରେ ପାଠ ପଢ଼ାଉଥିଲେ । 800 ଟଙ୍କା ପାଉଥିଲେ । 32 ବର୍ଷ ପରେ 15 ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ ।
ତାଙ୍କ ଉଦ୍ଦେଶ୍ୟ ମନ୍ଦ
ବୋଲି ଜଣା ପଡ଼ୁଛି । ବିଜୁ ପଟ୍ଟନାୟକ ସରକାର ସମୟରେ ଆଇଟିଆଇ କରିବାକୁ ଲୋନ ନେଲେ । ଯାହା ଗରିବ
ପିଲାଙ୍କ ପାଇଁ ମିଳିବା କଥା । ସେ ପାଇସା ଏଆଇସିଟିଇ ଦ୍ୱାରା ଆଣି ନିଜ ଲଙ୍କା ସାମ୍ରାଜ୍ୟ କଲେ
। ଶିକ୍ଷା ନାଁରେ କଳା କାରନାମା । ଭଣ୍ଡ ସାରଥୀ ଯେପରି ସମାଜକୁ କଳୁଷିତ କରୁଥିଲେ, ସେପରି ଅଚ୍ୟୁତ ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ
ଦେଶକୁ ଲଜ୍ଜିତ କରିଛି । ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡି ବସିଲେ, ସେତେବେଳେ ବିଜେଡି ଏହି
ଡକାୟତଙ୍କୁ ସାଂସଦ କଲେ ।
ବିନା ବିଡିଏ ଅନୁମତି, ଜଙ୍ଗଲ ଜମିରେ ବଡ଼ ବଡ଼ ଅଟାଳିକା ନିର୍ମାଣ କଲେ ।
କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ? ପ୍ରଦୀପ ପାଣିଗ୍ରାହୀଙ୍କୁ
ଧମାକାଇଲେ । ଦୁର୍ନୀତିଗ୍ରସ୍ତଙ୍କ ଢାଲ ହେଲେ, ଖାଲରେ ପଡିବେ ।
ପଥରଗାଡ଼ିଆ ମୌଜାରେ ଖାତା ନମ୍ବର 420, 891 ଜମି ହଡପ କଲେ । ଯେଉଁ
ପୂର୍ବ ସରକାର ଲୋକ ଜମି ନେବାରେ ସାହାଯ୍ୟ କରିଛନ୍ତି, ଉତ୍ତର ଦେବେ କି
? ବରମୁଣ୍ଡା ହାଉସିଂ ବୋର୍ଡରେ ଜଙ୍ଗଲ ଜମି ଥିବାରୁ ମାଲିକାନା ମିଳୁନି
। ହେଲେ ବିଜେଡି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କ ପାଇଁ କିସମ ପରିବର୍ତ୍ତନ କରି ଦେଲେ ।
କୌଣସି ଦଳର ନେତାଙ୍କ ପିଲା ପଢି ପାରନ୍ତି କି ଚାକିରୀ କରି ପାରନ୍ତି । ହେଲେ ବିଜେପି
ସେମାନଙ୍କୁ ଗଣ୍ଡଗୋଳ କି ଜମି ଦଖଲ କରିବକୁ ଶିଖାଏ ନାହିଁ । ଏସସି, ଏସଟି ଲୋକଙ୍କୁ କିଟରେ
ଚାକିରୀ ଦେଉଥିଲେ । ଆଉ ପରେ ଏସସି, ଏସଟି ଲୋକଙ୍କୁ କମ ଦାମରେ ଧମକାଇ ଜମି ନେଉଥିଲେ । ଆଦିବାସୀ
ପିଲାଙ୍କୁ ପାଠ ପଢାଇ ମସିହା ହୋଇଛନ୍ତି । ହେଲେ ସିଡବ୍ଲୁସି ରିପୋର୍ଟ ଅନୁସାରେ 12 କୋଟି କେନ୍ଦ୍ର ଠାରୁ ନେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଠାରୁ ବର୍ଷକୁ 5 କୋଟି ନେଉଛନ୍ତି । ଏନଜିଓ ଠାରୁ 21 କୋଟି 42 ଲକ୍ଷ ଓ ବିଦେଶୀ ସଂସ୍ଥାରୁ 20 କୋଟି ନେଲେ । ଚାଉଳ ବାବଦରେ ରାଜ୍ୟ ସରକାରଙ୍କ ପାଖରୁ 22 କୋଟି 50 ଲକ୍ଷ ଟଙ୍କା ନେଉଛନ୍ତି । ତାହେଲେ ମାଗଣା କେଉଁଠି
ପଢ଼ାଇଲେ ।
ଜଗନ୍ନାଥ ମନ୍ଦିର କରି
ଦୁର୍ନୀତି କରି ଚାଲିଲେ । ଦୁଇ ଜଣ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ ଯେପରି କହିଲେ
ନେପାଳ ବଜେଟରୁ ଅଧିକ ଟଙ୍କା କିଟ୍ ଖାଇବାକୁ ଦିଏ । କଣ ଘରୁ ଆଣି ଦେଉଥିଲେ ? ଏପରି କଥା ଆଉ ନ କୁହାଯାଉ । ଆମ ପିଲା ବି ବାହାରେ
ପଢୁଛନ୍ତି । ଆମ ଅର୍ଥନୀତି କମ ହୋଇପାରେ । ହେଲେ ଆମ ପିଲା ମାନଙ୍କ ଭବିଷ୍ୟତ ଥାଏ । କାକଟପୁର
ବିଧାୟକ ତୁଷାରକାନ୍ତି ବେହେରାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବାବୁ ସିଂ । ବିଜେପିକୁ ଦୁଇ ଭାଗ
କହିଲେ । ଆମେ ନୁହେଁ ଆପଣ ଦୁଇ ଭାଗ । କାହା କଥାରେ ଦୁଇ ଦିନ ତଳେ ଗୃହ ବନ୍ଦ କରାଇଲେ ।
ବିଜେଡିର ଦୁଇ ଜଣ ନିର୍ବାଚନ ପରେ ଲଣ୍ଡା ହୋଇ ସନ୍ୟାସ ନେଲେ । ସେମାନେ କିଏ ?
ମୁଖ୍ୟମନ୍ତ୍ରୀ ନେପାଳ
ପିଲାଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବାହାର ପିଲା
ଏଠି ପଢି ଆମ ଭାଷା ଓ ସଂସ୍କୃତି ସହ ଜଡିତ ହେଉଛନ୍ତି ବୋଲି ଗୃହରେ କହିଛନ୍ତି ବାବୁ ସିଂ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା