ବାଲିଯାତ୍ରାରେ ବରପୁତ୍ରମାନଙ୍କ ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣକୁ ନେଇ ଗୃହରେ ଉଦବେଗ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ବାଲିଯାତ୍ରାକୁ ନେଇ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି। ବୈଷ୍ଣବ ପାଣି ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ ଡ୍ୟାନ୍ସ କରାଗଲା। ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା। ବିଭାଗୀ
ବାଲିଯାତ୍ରାରେ ବରପୁତ୍ରମାନଙ୍କ     ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣକୁ ନେଇ ଗୃହରେ ଉଦବେଗ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ବାଲିଯାତ୍ରାକୁ

ନେଇ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି। ବୈଷ୍ଣବ ପାଣି

ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ ଡ୍ୟାନ୍ସ କରାଗଲା।

ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା।

ବିଭାଗୀୟ ମନ୍ତ୍ରୀ ଷ୍ଟଲ୍ ଆବଣ୍ଟନର ତଦନ୍ତ କରନ୍ତୁ ଓ ଓଡ଼ିଆ ଅସ୍ମିତାକୁ ରକ୍ଷା

କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଏହାର ଜବାବରେ ସଂସ୍କୃତି

ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଯଦି ବରପୁତ୍ର ମାନଙ୍କ ମଞ୍ଚରେ ଅଶୋଭନୀୟ

ନୃତ୍ୟ ପରିବେଷଣ ହେଲା ତାହାଲେ ଆମେ ଆଗକୁ ଏଥିରେ ହସ୍ତକ୍ଷେପ କରିବୁ। କାରଣ ବାଲିଯାତ୍ରା ପରିଚାଳନା ଦାୟିତ୍ଵ ହେଲା କଟକ

ସାଂସ୍କୃତିକ ପରିଷଦର। ଆବଣ୍ଟନରେ ଯେପରି

ଅସଙ୍ଗତି ନରହିବ ସେଥିପାଇଁ ଆଗକୁ ବିଭାଗ ଦୃଷ୍ଟି ଦେବ। ଏହା ସହିତ ମାହାଙ୍ଗା ବିଧାୟକଙ୍କୁ

କାହିଁକି ନିମନ୍ତ୍ରଣ ହେଲାନି ସେନେଇ ମଧ୍ୟ ନଜର ଦେବୁ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande