ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଂଚାୟତ ଅଧୀନ ମୂଷାଙ୍ଗ ଗ୍ରାମର ବରିଷ୍ଠ ବିଜେପି ନେତା ତଥା ଜିଲା ଉପସଭାପତି ଦୁର୍ଗା ଚରଣ ନାୟକଙ୍କୁ ସାଂସଦ ଅଭିମନ୍ୟୁ ସେଠୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗୁରୁବାର ସ୍ୱର୍ଗତ ନାୟକଙ୍କ ମର ଶରୀର କଟକ ବଡ଼ ଡାକ୍ତରଖାନାରୁ ବିଳମ୍ବିତ ରାତିରେ ତିହିଡ଼ିରେ ପହଂଚିବା ପରେ ତିହିଡ଼ି ବଜାରରୁ ଶୋଭାଯାତ୍ରାରେ ତାଙ୍କ ବାସଭବନକୁ ନିଆଯାଇଥିଲା। ଖବର ପାଇ ସାଂସଦ ଶ୍ରୀ ସେଠୀ ଓ ମନ୍ତ୍ରୀ ଶ୍ରୀ ସୂରଜଙ୍କ ସମେତ ଜିଲା ସଭାପତି ଭଗବାନ ପଣ୍ଡା, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ମଣ୍ଡଳ ସଭାପତି କେଶବ ବେହେରା, ସାଇଶରଣ ବେହେରା, ସରୋଜ ନାୟକ ବଜେପି ନେତା ଦୀନବନ୍ଧୁ ପତି, ଉଦୟ ନାରାୟଣ ମଲ୍ଲିକ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଶୁକଦେବ ମଲିକ, ସଂଗ୍ରାମ ମହାନ୍ତି, ମୁକ୍ତିକାନ୍ତ ନାୟକ, ଉମାକାନ୍ତ ଦାସ, ଉଷାକାନ୍ତ ନାୟକ, ଦେବେନ୍ଦ୍ର ମହାନ୍ତି, ରାଜକିଶୋର ନାୟକ, ଅଜୟ ମହାପାତ୍ର, ପ୍ରମୋଦ ଦାସ, ଦେବେନ୍ଦ୍ରେ ପୁହାଣ, ସରପଂଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ ପ୍ରମୁଖଙ୍କ ସହିତ ବିଜେପି ନେତା ଏବଂ କର୍ମୀ ବାସ ଭବନରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ