ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) - ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ । ଏହାର ଉତରରେ ସଂସ୍କୃତି ମନ
ବାଲିଯାତ୍ରାରେ ତାରକସି     ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)

- ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ

ମାନ୍ୟତା ପାଇଁ ଦାବି କରିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ପୂର୍ବତନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ । ଏହାର ଉତରରେ ସଂସ୍କୃତି

ମନ୍ତ୍ରୀ କହିଛନ୍ତି ଯେ ଆଗକୁ ତାରକସି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ ।. ହେଲେ ଜାତୀୟ ମାନ୍ୟତା

ଦେବା ୟୁନିସ୍କୋର କାମ । ବାଲିଯାତ୍ରାକୁ ୟୁନିସ୍କୋରୁ କିପରି ଜାତୀୟ ମାନ୍ୟତା ମିଳିବ, ସେ ନେଇ ଏକ ବିଶେଷଜ୍ଞ ଟିମ ୟୁନିସ୍କୋ ସହ

ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି ବୋଲି ସଂସ୍କୃତି

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande