ଗଂଜାମ, 21 ଫେବ୍ରୁଆରି (ହି.ସ.)
ଗଞ୍ଜାମ ଜିଲାରେ ଚଳିତ ଖରିଫ ଋତୁରେ ଧାନ କିଣା କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧ଲକ୍ଷ୨୦ହଜାର୭୭୭ ପଞ୍ଜିକୃତ ଚାଷୀ ଙ୍କଠାରୁ ୫୦ଲକ୍ଷ ୪୨ ହଜାର୨୭୨କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ତେବେ ଶେରଗଡ଼ ବ୍ଲକରେ ମିଲର ମାନଙ୍କ ମନମାନି କାର୍ଯ୍ୟ ଯୋଗୁଁ ମନ୍ଥର ଗତିରେ ସଂଗ୍ରହ ହେଉଛି।ମିଲରମାନେ ପ୍ରଥମେ ଛୋଟ ଛୋଟ ଚାଷୀ ଧାନ ସଂଗ୍ରହ ନକରି ବଡ଼ବଡ଼ ଚାଷୀଙ୍କ ଠାରୁ ଶହ ଶହ କୁଇଣ୍ଟାଲ ଧାନ ନେଇ ବିକ୍ରେତାଙ୍କ ଠାରୁ ଵେଶ ଭଲ ଅର୍ଥ ଆଦାୟ କରି ଵଡଚାଷୀଙ୍କ ଠାରୁ ଉଭୟ ମିଲର ସମବାୟ ସମ୍ପାଦକ ମାନେ ବାଣ୍ଟି ନେଉଛନ୍ତି। ଗତକାଲି ଶେରଗଡ଼ ବ୍ଲକର ତହର ପଂଚାୟତର ପୂର୍ବ ତନସରପଞ୍ଚ, ଧାନ ଚାଉଳ ବ୍ୟବସାୟୀ ପଦ୍ମ ପାଢ଼ୀଙ୍କ ଠାରୁ ମିଲର ଶତଧିକ୍ କୁଇଣ୍ଟାଲ ଧାନ ନେଇ ଥିବାବେଳେ କ୍ଷୁଦ୍ର ଚାଷୀ ମାନେ ଭକୁଆ ଭଳି ଚାହିଁ ରହିଛନ୍ତି। ଖବର ନେବାରେ ଜଣାପଡ଼ିଛି, ପୂର୍ବ ତନ ସରପଞ୍ଚ ଜଣକ ଚୋଟଚାଷୀଙ୍କଠାରୁ କମ୍ ଦରରେ ଧାନ କିଣି ଏହିଧାନ ମଣ୍ଡିକୁ ଦେଇ ଵେଶ ଲାଭବାନ ହେଉଛନ୍ତି। ସେ ଗରିବ ଲୋକଙ୍କ ଠାରୁ କମ ଦରରେ ଧାନ କିଣି ମଣ୍ଡିକୁ ବିଭିନ୍ନ ଲୋକଙ୍କ ନାଁରେ ମଧ୍ୟ ଧାନ ଦେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କଲେ, ପଦ୍ମ ପାଢ଼ୀଙ୍କ ମହାଜନୀ କାରବାର, ମିଲର ଓ ସମବାୟ ସମିତି ଗୁଡିକର ମଧୁ ଚନ୍ଦ୍ରିକା ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ। ଗଞ୍ଜାମ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ମନ୍ତ୍ରୀ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ