ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- କିଟ୍ ଘଟଣାରେ
ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ
କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲି ଦିଲ୍ଲୀ ଯିବା ପୂର୍ବରୁ ଆଜି ବି ଜଣାଇଛି।
ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉଛନ୍ତି । ଜମି କେଳେଙ୍କାରି ଉପରେ ବି ତଦନ୍ତ ହେବ।
କଳା କାରନାମା ତଦନ୍ତ ହେବ। କିଏ ତାଙ୍କୁ ପ୍ରୋତ୍ସାହନ ଦେଲା ବିଜେଡି । ତାଙ୍କ ସରକାରରେ ସାଂସଦ
। ପହର ଦିନ ଗୃହ ବିଜେଡି ଅଚ୍ୟୁତ ସାମନ୍ତଙ୍କ ପାଇଁ ବନ୍ଦ କରାଗଲା । ସୁପର ବସ କହିଲେ ବୋଲି
ବନ୍ଦ କରାଗଲା । ଲେକଚର ମାନେ ବନ୍ଧା ହେବେ। ଅଧ୍ୟାପକ ଯେଉଁ ଶବ୍ଦ ବ୍ୟବହାର କଲେ ତାଙ୍କ ପାଇଁ
ଆନ୍ତର୍ଜାତିକ ବିବାଦ ହେଲା । ଯିଏ ଦୋଷୀ ହେବେ ବନ୍ଧା ହେବେ। ଯାହାଙ୍କ ବିରୋଧରେ ତଥ୍ୟ ଆସିବ
ବନ୍ଧା ହେବେ। ଯେତେ ବଡ ବ୍ୟକ୍ତି ହୁଅନ୍ତୁ। ସେମାନେ ଅଧ୍ୟାପକ ହେବାକୁ ଯୋଗ୍ୟ ନୁହନ୍ତି ।
କାର୍ଯ୍ୟାନୁଷ୍ଠାନ ନିହାତି ନିଆଯିବ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା