କିଟ୍ ଘଟଣାରେ 10 ଜଣଙ୍କୁ କରାଯାଇଛି ଗିରଫ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) - କିଟ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ 8 ଜଣଙ୍କୁ ସମନ କରାଯାଇ
କିଟ୍ ଘଟଣାରେ 10 ଜଣଙ୍କୁ     କରାଯାଇଛି ଗିରଫ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)

- କିଟ୍

ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ 8 ଜଣଙ୍କୁ ସମନ କରାଯାଇଛି । ଆଜି ସେମାନେ 3 ଜଣିଆ ଉଚ୍ଚସ୍ତରୀୟ

କମିଟି ଆଗରେ ହାଜର ହେବେ । 4ଟି ଦିଗ ଉପରେ କମିଟି ତଦନ୍ତ କରାଯିବ । କଣ

ପାଇଁ ବିଶ୍ୱବିଦ୍ୟାଳୟରେ ସାଇନ ଡାଏ ହୋଇଥିଲା ? ଛାତ୍ରୀଛାତ୍ରଙ୍କୁ

କାହିଁକି କଟକ ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡ଼ଗଲା ? ଛାତ୍ରଛାତ୍ରୀଙ୍କୁ

କାହିଁକି ମାଡ଼ ମରାଗଲା ? ବାରମ୍ବାର ଅଭିଯୋଗ କରିଥିବା ସତ୍ତ୍ୱେ ମୃତ

ଝିଅର, କାହିଁକି ଅଭିଯୋଗ ଗ୍ରହଣ କରାଗଲା ନାହିଁ ?

ଏହି ଘଟଣାରେ ଯେଉଁ କଲ

ଅଡିଓ ଭାଇରଲ ହେଉଛି, ତାର

ଉନ୍ନତ ଜ୍ଞାନକୌଶଳରେ ତଦନ୍ତ କରାଯିବ । ସରକାରଙ୍କ ଉପରେ ରାଜନୈତିକ ଚାପ ନାହିଁ, ବିରୋଧୀଙ୍କ ଉପରେ ଚାପ ରହିଛି । ଦୋଷୀ ଯେତେ ସାମର୍ଥ୍ୟବାନ ହେଉ, ସରକାର ତାକୁ କାଠଗଡାରେ ଠିଆ କରିବାକୁ ପ୍ରୟାସ କରିବେ । ତତ୍କାଳୀନ ସରକାରରେ ଆଇନ ତା

ବାଟରେ ଯାଉ ବୋଲି କୁହାଯାଉଥିଲା, କିନ୍ତୁ ଆଇନ ତା ବାଟରେ ଯାଉଥିଲା,

ଆଉ ଦୋଷୀ ତା ବାଟରେ ଯାଉଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande