ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଓଡିଶାରେ
ମାଣ୍ଡିଆରୁ ତିଆରି ହେବ ମଦ । ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ
ସରକାର । 2025-26 ଅବକାରୀ ପଲିସିକୁ ନେଇ ଅବକାରୀ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ
କରାଯାଇଛି । ଖୁବ ଶୀଘ୍ର ଏନେଇ ରାଜ୍ୟ ଶିଳ୍ପ
ବିଭାଗ ସହ ହେବ ଆଲୋଚନା । ମାଣ୍ଡିଆ, ଯଅ, ବାଜରା
ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଏନେଇ ହୋଇଛି ଅବକାରୀ
ବିଭାଗର ଆଲୋଚନା । ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ୱସ୍ତରୀୟ
କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ବଢିବ
ଓଡିଶାରେ ତିଆରି ମଦର ରପ୍ତାନି । ଯେଉଁ କମ୍ପାନୀ ମହୁଲ, ମାଣ୍ଡିଆରୁ
ମଦ ପ୍ରସ୍ତୁତ କରିବେ ତାଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ସେହିପରି ଭଲ ବ୍ରାଣ୍ଡର
ବିଦେଶୀ ମଦ କାରଖାନା କିପରି ଓଡିଶାରେ ପ୍ରତିଷ୍ଠା ହେଇପାରିବ ସେ ଦିଗରେ ବୈଠକରେ ଆଲୋଚନା ହୋଇଛି
। ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତନ କରାଯିବ ସେ
ନେଇ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ନୂଆ
ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ
ଅବକାରୀ କମିଶନର ଓ ବହୁ ଷ୍ଟେକ ହୋଲଡର ଉପସ୍ଥିତି ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା