ଭୁବନେଶ୍ଵର, 21 ଫେବ୍ରୁଆରି (ହି.ସ.) - ଆସନ୍ତା ମାର୍ଚ ୮ତାରିଖ ଶନିବାର ଦିନ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ,
ବାଣପୁର, ଚିଲିକା, ଗଂଗୀ,
ବେଗୁନିଆ ଅଦାଲତ ପରିସରରେ ୨୦୨୫ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ଯଥା- ଫୌଜଦାରୀ
(ସାଲିସ ଯୋଗ୍ୟ), ଚେକ୍ ବାଉଛୁ, ବ୍ୟାଙ୍କ୍
ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୁରଣ, ଶ୍ରମ
ଓ ନିଯୁକ୍ତ ବିବାଦ, ବିଦ୍ୟୁତ, ଜଳ ଓ
ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧୀକରଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ
ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍ ମକଦ୍ଦମାସ୍ତରୀୟ ମାମଲା
ତଥା ବ୍ୟାଙ୍କ୍ ଋଣ ବିବାଦ, ବିଦ୍ୟୁତ, ଜଳ ଓ
ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ମକଦ୍ଦମା ଇତ୍ୟାଦିର ଆପୋଷ ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ
ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା, ବିବାଦର ସମାଧାନ
ପାଁଇ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଅମଳ ଯୋଗ୍ୟ । ଦିର୍ଘଦିନ ଧରି ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ
ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ବର ଏବଂ ତାଲୁକ ଆଇନ ସେବା କମିଟି ଖୋର୍ଦ୍ଧା, ଜଟଣୀ,
ବାଣପୁର, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ ନ୍ୟାୟାଳୟ
ଗଂଗୀ ସହିତ ଯୋଗାଯୋଗ କରିବାକୁ ସୁଚନା ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା