ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)
-ସ୍କୁଲ
ଖୋଲିବାକୁ ନେଇ ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ
କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବିଜେପି
କହିଲା ସରକାରକୁ ଆସିଲେ ସବୁ ବନ୍ଦ ସ୍କୁଲ ଖୋଲିବ । ହେଲେ ସରକାରକୁ ଆସିବା ପରେ କହିଲେ ମାମଲା
ହାଇକୋର୍ଟରେ ବିଚାରାଧୀନ ଅଛି । ତେବେ ସରକାରଙ୍କ କ୍ଷମତା ନାହିଁ । ଶୁଣିବାକୁ ମିଳିଛି, ହାଇକୋର୍ଟ ଫଇସଲା ଶୁଣାଇଛନ୍ତି । ଏବେ ସରକାର
ପୁଣି କେମିତି କହୁଛନ୍ତି ଯେ ବନ୍ଦ ଥିବା 6419 ସ୍କୁଲ ଖୋଲିବାର
ପ୍ରସ୍ତାବ ଆସିଲେ, ପଦକ୍ଷେପ ନିଆଯିବ । ଏହା ଅବିଚାରିତ ନିଷ୍ପତ୍ତି
ଥିଲା । ଘୋଷଣା କରୁଛନ୍ତି, କାର୍ଯ୍ୟକାରୀ କରିବାକୁ କୁଣ୍ଠା । ଯାହା
କହୁଛନ୍ତି, ସରକାର ତାହା କରନ୍ତି ନାହିଁ । ସରକାର ଏହାକୁ ଗୁରୁତର ସହ
ବିଚାର କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା