ବେଆଇନ ମାଟି ଇଟା ଭାଟି ଭାଙ୍ଗିଲା ପ୍ରଶାସନ
ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ଏୟାରପୋର୍ଟ ନିକଟ ବାଙ୍କବିଜାରେ ବେଆଇନ ମାଟି ଇଟା ଭାଟି ଭଙ୍ଗାଯାଇଛି । ଇଟାଭାଟି ଯୋଗୁଁ ଏୟାରପୋର୍ଟରେ ବିମାନ ଉଡାଣ ଓ ଅବତରଣରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ବିଭାଗ ତରଫରୁ ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବାରମ୍ବାର ନୋଟିସ ଓ ତାଗିଦ ପରେ
ବେଆଇନ  ମାଟି ଇଟା ଭାଟି ଭାଙ୍ଗିଲା ପ୍ରଶାସନ


ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ଏୟାରପୋର୍ଟ ନିକଟ ବାଙ୍କବିଜାରେ ବେଆଇନ ମାଟି ଇଟା ଭାଟି ଭଙ୍ଗାଯାଇଛି । ଇଟାଭାଟି ଯୋଗୁଁ ଏୟାରପୋର୍ଟରେ ବିମାନ ଉଡାଣ ଓ ଅବତରଣରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ବିଭାଗ ତରଫରୁ ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବାରମ୍ବାର ନୋଟିସ ଓ ତାଗିଦ ପରେ ମଧ୍ୟ ମାଟି ଇଟା ନିର୍ମାଣ ଜାରି ରହିଥିଲା । ଏହାକୁ ଗୁରୁତର ସହ ନେଇ ଜୟପୁର ଉପ ଜିଲାପାଳ ଆକାବରମ ସସ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶରେ ୩ଟି ବିଭାଗ ମିଳିତ ଚଢଉ କରି ଭାଙ୍ଗିଛନ୍ତି । ବାଙ୍କବିଜା ଠାରେ ୯ଟି ଇଟା ଭାଟି ଭଙ୍ଗାଯାଇଛି ।

ଚଢଉ ସମୟରେ ଜିଲା ମାଇନିଙ୍ଗ ଅଫିସର କୃଷ୍ଣ ଚନ୍ଦ୍ର କୁଣ୍ଟିଆ, ମାଜିଷ୍ଟେଟ ଡାୟିତ୍ୱରେ ଜୟପୁର ତହସିଲଦାର ସବ୍ୟସାଚି ଜେନା, ଜୟପୁର ସଦର ଥାନା ଅଧିକାରି ଇଶ୍ୱ ତାଣ୍ଡି, ପ୍ରଦ୍ୟୁଷଣ ବିଭାଗର ଏଇଏସ ବି କେ ଖାଡଙ୍ଗା, ଜୟପୁର ଦମକଳ ବାହନି ଉପସ୍ଥିତ ରହି ୯ଟି ଇଟା ଭାଟିକୁ ଭଙ୍ଗାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande