ତିନି ଜିଲ୍ଲାରେ ଭତ୍ତା ଜାଲିଆତି କରିଛନ୍ତି ୯୬୦ ଜଣ : ଯାଜପୁରରେ ସର୍ବାଧିକ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) - ରାଜ୍ୟରେ ତିନିଟି ଜିଲ୍ଲାରେ ମୋଟ୍‍ ୯୬୦ ଜଣ ଜାଲିଆତି କରି ଉଭୟ ମଦୁବାବୁ ପେନ୍‍ସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଟଙ୍କା ଉଠାଇ ନେଇଛନ୍ତି । ଏହି ତିନି ଜିଲ୍ଲା ମଧ୍ୟରୁ ସର୍ବାଧିକ ଜାଲ୍‍ ଭତ୍ତାଧାରୀ ଯାଜପୁର ଜିଲ୍ଲା
ତିନି ଜିଲ୍ଲାରେ ଭତ୍ତା ଜାଲିଆତି କରିଛନ୍ତି ୯୬୦ ଜଣ : ଯାଜପୁରରେ     ସର୍ବାଧିକ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.) -

ରାଜ୍ୟରେ ତିନିଟି ଜିଲ୍ଲାରେ ମୋଟ୍‍ ୯୬୦ ଜଣ ଜାଲିଆତି କରି ଉଭୟ

ମଦୁବାବୁ ପେନ୍‍ସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଟଙ୍କା ଉଠାଇ ନେଇଛନ୍ତି । ଏହି

ତିନି ଜିଲ୍ଲା ମଧ୍ୟରୁ ସର୍ବାଧିକ ଜାଲ୍‍ ଭତ୍ତାଧାରୀ ଯାଜପୁର ଜିଲ୍ଲାରେ ରହିଛନ୍ତି ।

ଭତ୍ତା ଜାଲିଆତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ

ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶ୍ରୀ ଗଣ୍ଡ କହିଛନ୍ତି ଯେ ରାଜ୍ୟର

ତିନିଟି ଜିଲ୍ଲା ଯଥା ଯାଜପୁର,

କେନ୍ଦ୍ରାପଡା ଓ ପୁରୀରେ ଭତ୍ତା ଜାଲଆତି ହୋଇଥିବାର ଦୃଷ୍ଟିକୁ ଆସିଛି

। ମୋଟ୍‍ ୯୬୦ ଭତ୍ତା ଜାଲିଆତିରୁ ସର୍ବାଧିକ ୮୯୪ ଜଣ ରହିଛନ୍ତି ଯାଜପୁର ଜିଲ୍ଲାରେ । ଏହା ପଛକୁ

କେନ୍ଦ୍ରାପଡା ଜିଲ୍ଲାରେ ୬୫ଜଣ ଜାଲ୍‍ ଭତ୍ତାଧାରୀ ଚିହ୍ନଟ ହୋଇଥିବାବେଳେ ପୁରୀ ଜିଲ୍ଲାରେ ଜଣେ

ଚିହ୍ନଟ ହୋଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଯେଉଁ ଅଧିକାରୀମାନେ

ଜାଲିଆତି କରି ସାମାଜିକ ସୁରକ୍ଷା ଭତ୍ତା ହାତେଇଥିବା ହିତାଧିକାରୀମାନଙ୍କୁ ସହଯୋଗ କରିଛନ୍ତି

ତାହା ନଜରକୁ ଆସିଛି । ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande