ସତ୍ୟବ୍ରତ ବରାଳ ଓ ଉତମ ବାରାଲଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ
ନୂଆପଡ଼ା,୨୨ ଫେବୃଆରୀ (ହି.ସ.)- ସତ୍ୟବ୍ରତ ବରାଳ ଓ ଉତମ ବାରାଲ ଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ସିନାପାଲି ବ୍ଲକ ଘୁଚାଗୁଡ଼ା ଗ୍ରାମ ପଂଚାୟତ ପଂଚାୟତ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଲ ତାଙ୍କ ଭାଇ ଉତମ ବରାଳ କୁ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ୨୦୨୪
Arrested by vigilance department


ନୂଆପଡ଼ା,୨୨ ଫେବୃଆରୀ (ହି.ସ.)- ସତ୍ୟବ୍ରତ ବରାଳ ଓ ଉତମ ବାରାଲ ଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ସିନାପାଲି ବ୍ଲକ ଘୁଚାଗୁଡ଼ା ଗ୍ରାମ ପଂଚାୟତ ପଂଚାୟତ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ବରାଲ ତାଙ୍କ ଭାଇ ଉତମ ବରାଳ କୁ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। ୨୦୨୪-୨୫ ଆର୍ôଥକ ବର୍ଷ ରେ ସିଏଫ ସି ଏବଂ ଏସ ଏଫ୍ ସି ଆର୍ôଥକ ପାଣ୍ଠି ରୁ କୁରେଶ୍ୱରେ ଗ୍ରାମପଂଚାୟତ ରେ ହାଇମାକ୍ସ ଲାଇଟ୍‌, ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ସହ ଜିମ୍ ସାମଗ୍ରୀ କୁରେଶ୍ୱର ପାର୍କ ରେ ସ୍ଥାପନ କରିବା ନେଇ ୭ ଲକ୍ଷ ୨୦ ହଜାର ୯୮୧ ଟଙ୍କା ଆର୍ôଥକ ଅର୍ଥ ଆତ୍ମସାତ କରିଛନ୍ତି। ସରପଂଚ ବିଜୟ ଲକ୍ଷ୍ମୀ ବରାଳଙ୍କ ଅବଗତ ରେ ଏହି ଅର୍ଥ ଆତ୍ମସାତ ହୋଇଥିବା ବିଭାଗ ପକ୍ଷ ରୁ ପ୍ରକାଶ।ଷ୍ଟ୍ରିଟ ଲାଇଟ ର କାର୍ଯ୍ୟକାରିତା ଓ ମରାମତି ପାଇଁ ସରପଂଚଙ୍କ ପୁଅ ତଥା କାର୍ଯ୍ୟ ନିର୍ବାହୀ ଙ୍କ ଭାଇ ଙ୍କ ବ୍ୟାଙ୍କ୍ ଖାତାରେ ୪ ଲକ୍ଷ ୨୦ ହଜାର ଟଙ୍କା ଜମା ହୋଇଅଛି। ସେହିପରି ୩ ଲକ୍ଷ ୯୮୧ ଟଙ୍କା କୁରେଶ୍ୱର ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବରୁଣ ବରାଳ ଙ୍କ ଖାତା ରେ ଜମା ହୋଇଅଛି। ସରକାରୀ ଅର୍ଥ କୁ ଗୋଟିଏ ପରିବାର ସମସ୍ତେ ମିଳିତ ରୂପେ ଆତ୍ମସାତ କରିଥିବା ଅଭିଯୋଗ ଆସିଅଛି।

ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande