ମାଲକାନଗିରି, ୨୨ ଫେବୃଆରୀ (ହି.ସ.)- ରାଜ୍ୟ ବାର କାଉନସିଲ ର ସ୍ୱୀକୃତି ପ୍ରାପ୍ତ ବାର ଗୁଡିକର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ର ନିର୍ବାଚନୀ ବିଗୁଲ ବାଜିଛି। ସଭାପତି ପ୍ରୀତପାଲ ସିଂ ଙ୍କ ସଭାପତିତ୍ୱ ରେ ଶନିବାର ବାର ହଲ ରେ ଜେନେରାଲ ବଡି ର ବୈଠକ ଅପରାହ୍ନ ଚାରିଟା ସମୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଗାମୀ ନିର୍ବାଚନ ପାଇଁ ସର୍ଵସମ୍ମତି କ୍ରମେ ବରିଷ୍ଠ ଆଇନଜୀଵି ଅଶୋକ କୁମାର ନାଏକଙ୍କୁ ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇଛି। ସେ ପୂର୍ବରୁ ମଧ୍ୟ ବହୁଥର ନିର୍ବାଚନ ଅଧିକାରୀ ରହିଥିଲେ। ନିର୍ବାଚନ ଅଧିକାରୀ ଚୟନ ପରେ ଓକିଲ ସଂଘ ନିର୍ବାଚନ ବିଗୁଲ ବାଜିଛି। ଆଶାୟୀ ପାର୍ଥି ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ଏହି ନିର୍ବାଚନରେ ଯୁବ ଆଇନିଜୀଵିଙ୍କ ଉପରେ ଜିତିବା ନିର୍ଭର କରୁଥିବା ବେଳେ ଯୁବ ଆଇନିଜୀଵିଙ୍କୁ ନିଜ ଆଡକୁ ନେବା ପାଇଁ ଆଶାୟୀ ପାର୍ଥି ରଣନୀତି ପ୍ରସ୍ତୁତ କଲେଣି । ଏଥର ନିର୍ବାଚନ ରୋଚକ ହେବା ଅନୁମାନ କରାଯାଉଛି। ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ଦଳରେ ଥିବା ଆଇନିଜୀବିଙ୍କ ସପକ୍ଷରେ ଯାଉଥିବା ବେଳେ ଏଥର ବିଜେପି ଦଳ ସମର୍ଥିତ ଆଇନିଜୀଵି ମଧ୍ୟ ମଇଦାନରେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ବନ୍ଧୁତା ଲଢେ଼ଇ ହେବ ନା ଦଳୀୟ ଟକ୍କର ହେବ ସମୟ କହିବ।
ଆଜିର ଏହି ଜେନେରାଲ ବଡି ମିଟିଙ୍ଗରେ ସମ୍ପାଦକ ବିଜୁ ସରକାରଙ୍କ ସମେତ ସମସ୍ତ ଅଫିସ ବିଏରର, ବରିଷ୍ଠ ଆଇନିଜୀଵି ରାମ ପଟ୍ଟନାୟକ, ଗୌତମ ସରକାର ପ୍ରମୁଖ ୫୦ରୁ ଉର୍ଦ୍ଧ ଆଇନିଜୀଵି ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ