ଜୟପୁର, ୨୨ ଫେବ୍ରୁଆରି (ହି.ସ.) - ଗତକାଲି ବୋରିଗୁମ୍ମା ଥାନା ପର୍ଲି ଅଂଚଳର ଅଡିସା ପଡିସା ଦୁଇଟି ଘରେ ପଶି କଳା କନା ବୁଲେଇଲେ ଦୁବୃତ ଓ ପୋଲିସ କୁ ଚେଲେଞ୍ଜ ଦେଇ ଦିନ ଦ୍ୱିପ୍ରହାର ରେ ଏକା ସଙ୍ଗେ ଦୁଇଟି ଘରେ ଗେଟ ତାଲା ଭାଙ୍ଗି ଭିତର ଝରକା ତାଡି ଘର ଭିତରୁ ୧୦୦ତୁଳା ରୁ ଅଧିକ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ନଗଦ ପ୍ରାୟ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଓ ଦୁଇଟି ଘରୁ ଲୁଟ ହୋଇଥିବା ସୁନା ଅଳଙ୍କାର ଏକ କୋଟି ଟଙ୍କା ରୁ ଉର୍ଦ୍ଧ ହେବ ଓ ବୋରିଗୁମ୍ମା ଥାନାରେ ଅଭିଯୋଗ ହେବା ପରେ ଆଜି ସାଇଟି ଫିକଟିମ ସହ ଏ ଏସ୍ପି ମୋନଜ କୁମାର ପୂଜାରୀ ପୋଲିସ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଗତ କାଲି ବୋରିଗୁମ୍ମା ଥାନା ଅଂଚଳରେ ଥିବା ପାର୍ଲି ଗ୍ରାମର ସୁନୀଲ କୁମାର ରଥ ଏବଂ ଭାସ୍କର ରାଓ ଙ୍କ ଘରେ ପଶି ଲୁଟେରା ମାନେ କଳା କନା ବୁଲାଇଛନ୍ତି। ଭାସ୍କର ରାଓ ଙ୍କ ପରିବାର ଲୋକେ ଶ୍ରୀକାକୁଲମ ଯାଇଥିବା ବେଳେ ତାଙ୍କ ଘରକୁ ଲାଗିଥିବା ସୁନୀଲ କୁମାର ରଥଙ୍କ ପରି୍ୱାର ଲୋକ ବି କୁମ୍ଭ ମେଳା କୁ ଯାଇଛନ୍ତି। ଏହାର ସୁଯୋଗ ନେଇ ଗତକାଲି ଦିନରେ ଏହି ଦୁଇ ଘରେ ପଶି କଳା କନା ବୁଲେଇଲେ ଲୁଟେରା ଦଳ। ଘର ତାଲା ଭାଙ୍ଗି ପଶିଲେ ଘରେ ଥିବା ଗଡ଼ରେଜ ଲାକର ଭାଙ୍ଗି ସୁନା ଅଳଙ୍କାର ଏବଂ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି।ୟା ପରେ କୂନ୍ଦ୍ରା ଗୁଡା ଗ୍ରାମର ସନ୍ତୋଷ କୁମାର ତ୍ରିପାଠୀଙ୍କ ଘରେ ମଧ୍ୟ ଲୁଟେରା ମାନେ କଳା କନା ବୁଲେଇଛନ୍ତି। ବୋରିଗୁମ୍ମା ପୋଲିସ ପର୍ଲି ଏବଂ କୂନ୍ଦ୍ରା ଗୁଡା ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ