ଚମ୍ପୁଆ, ୨୨ ଫେବ୍ରୁଆରି (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ଗ୍ରାମରେ ଗୁପ୍ତେଶ୍ୱର ଶିବ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ସୁନାପଶି ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଅଧିବାସ, କଳସ ଯାତ୍ରା ଓ ଘଟସ୍ଥାପନ କରାଯାଇ ନାମଯଜ୍ଞ, ଜ୍ଞାନଯଜ୍ଞ ଓ ଅର୍ଣ୍ଣଯଜ୍ଞ ସହ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯଜ୍ଞସ୍ଥଳରେ କଳସ ସ୍ଥାପନ ପରେ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇ ବିଗ୍ରହ ପ୍ରତିଷ୍ଠା ପୂଜାର୍ଚ୍ଚନା ପରେ ପାଲା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପାଲା ଉତ୍ସବ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ସେହିପରି ତୃତୀୟ ଦିବସରେ ଶିବମନ୍ଦିର ପ୍ରତିଷ୍ଠା ପୂଜା, ପୂର୍ଣ୍ଣାହୁତି ଓ ପ୍ରସାଦସେବନ କାର?୍ୟ୍ୟକ୍ରମ ହୋଇ ଥିବା ବେଳେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଅଂଚଳ ଲୋକପ୍ରିୟ ଜନନେତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ସମ୍ନାନିତ ଅତିଥି ଭାବେ ବଳରାମ ନାଏକ, ଲୋକନାଥ ପାତ୍ର, ଦାଶରଥି ମହାକୁଡ଼, ଅଭିମନ୍ୟୁ ନାଏକ , ପ୍ରତାପ ନାଏକ, ରଘୁନାଥ ନାଏକ, ନରୋତମ ମହାନ୍ତ ପ୍ରମୁଖ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ଓ ସମସ୍ତ ଅତିଥି ଶିବ ମନ୍ଦିରରେ ଭୋଗ ଲଗାଇ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କାର?୍ୟ୍ୟକ୍ରମକୁ ସୁଧୀର ମହାନ୍ତ, ନୀଳାମ୍ବର ମହାନ୍ତ, ରାମେଶ୍ୱର ମହାନ୍ତ, ଭରତ ମହାନ୍ତ, ଯୋଗେନ୍ଦ୍ର ମହାନ୍ତ, ଭଗବାନ ମହାନ୍ତ, ୱାଗନୁ ମହାନ୍ତ, ଜେଠୁରାମ ମହାନ୍ତ, ରାଜେଶ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ସରସ୍ୱତୀ ମହାନ୍ତ, ସ୍ନେହଲତା ମହାନ୍ତ, ସବିତା ମହାନ୍ତ, ଅନିତା ମହାନ୍ତ, ଖିତିଶ୍ ମହାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta