ବଲାଙ୍ଗିର ବିଇଡି କଲେଜରେ ଆଲୋଚନାଚକ୍ର ”ଏକବିଂଶ ଶତାବ୍ଦୀରେ ଶିକ୍ଷାଦାନ”
ବଲାଙ୍ଗିର, ୨୨ ଫେବୃଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଆଇକ୍ୟୁଏସି ଆନୁକୁଲ୍ୟରେ “ଏକବିଂଶ ଶତାବ୍ଦୀରେ ଶିକ୍ଷାଦାନ” ବିଷୟରେ ଏକ ପାଠ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଗରୁଡଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍‌ସିଟିଇ ର ପୂର୍ବ
ବଲାଙ୍ଗିର ବି.ଇଡି କଲେଜରେ ଆଲୋଚନା ଚକ୍ର    ଏକ ବିଂଶ ଶତାବ୍ଦୀରେ ଶିକ୍ଷାଦାନ”


ବଲାଙ୍ଗିର, ୨୨ ଫେବୃଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଆଇକ୍ୟୁଏସି ଆନୁକୁଲ୍ୟରେ “ଏକବିଂଶ ଶତାବ୍ଦୀରେ ଶିକ୍ଷାଦାନ” ବିଷୟରେ ଏକ ପାଠ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଗରୁଡଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍‌ସିଟିଇ ର ପୂର୍ବତନ ସଭାପତି ଡ. ମନ୍ମଥ କୁଣ୍ଡୁ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରମେଶ ପ୍ରସାଦ ଖାଡାଙ୍ଗା ମୁଖ୍ୟବକ୍ତା ଭାବରେ ଏକ ବିଂଶ ଶତାବ୍ଦୀରେ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ । ପାଠଚକ୍ରର ଉପଦେଷ୍ଟା ଡ. ଶୁଭଶ୍ରୀ ବିଶ୍‌ବାଳ ପାଠଚକ୍ରର ଆଭିମୁଖ୍ୟ ବିଷୟରେ କହିଥିବା ବେଳେ ଆଇକ୍ୟୁଏସି ଉପଦେଷ୍ଟା ଡ. ଅଜିତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଡ. ନିବେଦିତା ସାହୁ ସଭା ପରିଚାଳନା କରିଥିଲେ । ଶେଷରେ ପ୍ରାଧ୍ୟାପିକା ଡ. ସୁଧାଂଶୁ ବାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଦର୍ଭ ଉପସ୍ଥାପନା ପାଇଁ ଶିକ୍ଷକ ଛାତ୍ରୀ - ଛାତ୍ରମାନଙ୍କୁ ଚାରି ଭାବରେ ବିଭକ୍ତ କରାଯାଇଥିଲା ଏବଂ ତଦ୍‌ନୁଯାୟୀ ସେମାନେ ସୁନ୍ଦର ଭାବରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ- ପ୍ରାଧ୍ୟାପିକା, ଅଣଶୈକ୍ଷିକ କର୍ମଚାରୀ ଓ ସମସ୍ତ ଶିକ୍ଷକ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande