ଜଳ ବିଭାଜିକା ତାଲିମ ଶିବିରରେ ଜୈବିକ ସାର ପ୍ରୟୋଗ ଆଲୋଚନା
ସମ୍ବଲପୁର , ୨୨ ଫେବୃୟାରୀ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମରେ 'ସେବକ' ଅନୁଷ୍ଠାନ ପକ୍ଷରୁ ସେକ୍ଟର ସ୍ତରୀୟ ଏକ ଦିବସୀୟ ଜଳ ବିଭାଜିକା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଗୋବର ଖତ ଓ କମ୍ପୋଷ୍ଟ ଖତ ଦ୍ୱାରା ଚାଷ ସମ୍ବନ୍ଧୀୟ ତାଲିମ ଦିଆଯ
ଜଳ ବିଭାଜିକା ତାଲିମ ଶିବିରରେ ଜୈବିକ ସାର ପ୍ରୟୋଗ ଆଲୋଚନା


ସମ୍ବଲପୁର , ୨୨ ଫେବୃୟାରୀ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଗ୍ରାମରେ 'ସେବକ' ଅନୁଷ୍ଠାନ ପକ୍ଷରୁ ସେକ୍ଟର ସ୍ତରୀୟ ଏକ ଦିବସୀୟ ଜଳ ବିଭାଜିକା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଗୋବର ଖତ ଓ କମ୍ପୋଷ୍ଟ ଖତ ଦ୍ୱାରା ଚାଷ ସମ୍ବନ୍ଧୀୟ ତାଲିମ ଦିଆଯାଇଥିଲା । 'ସଂଶ'ର ସେଚ୍ଛାସେବୀ ସୁଶ୍ରୀ ପୁଷ୍ପିତା ସାହୁଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବିଶିଷ୍ଟ ସମାଜସେବୀ ତଥା ପ୍ରକୃତିବନ୍ଧୁ ସୁବାସଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଏକ ସୁସ୍ଥ ପରିବେଶ ପାଇଁ ଜୈବିକ ଖତକୁ ଆପଣାଇ ନେବାପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଉଦ୍ୟାନ କର୍ମଚାରୀ ତଥା ପ୍ରକୃତିବନ୍ଧୁ ରବିନ୍ଦ୍ର କୁମାର ଦାସ ଜୈବିକ ଖତ ତିଆରି ଓ ପ୍ରୟୋଗ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ 'ରିୱର୍ଡ'ର ପୀତବାସ ଚାନ୍ଦ ଓ ହିମାଂଶୁ ଶେଖର ଚୌଧୁରୀ ପରିଚାଳନା କରିଥିଲେ । ଏହି ଅବସରରେ ପଙ୍କଜିନୀ ନାୟକଙ୍କ ନେତୃତ୍ୱରେ କିରାଶାସନର ସମସ୍ତ ଶିବିରାର୍ଥୀମାନେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ପରିବେଶର ସୁରକ୍ଷା ତଥା ଜୈବିକ ସାର ପ୍ରୟୋଗ ପାଇଁ ଶପଥବଦ୍ଧ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande