ଜାତିଗତ ତାଡନାର କରାଳ ଚିତ୍ର, ଭିଟାମାଟିରୁ ଉଚ୍ଛେଦ ପାଇଁ ଆକ୍ରମଣ, ଏସ୍‌ପିଙ୍କ ହସ୍ତକ୍ଷେପ ଦାବି
କୋରାଇ, ୨୨ ଫେବୃଆରୀ(ହି.ସ.) – ଜନଜାତି ସୁରକ୍ଷା ପାଇଁ ସଦାସର୍ବଦା ପ୍ରଶାସନ ବା ସରକାର ତତ୍ପର ଥିବା କୁହାଯାଉଥିବାବେଳେ ଏହାର ବ୍ୟତିକ୍ରମ ଘଟିଛି ଏବେର ଶାସନ କାଳରେ । ଜାତିଗତ ନିର୍ଯ୍ୟାତନା ତାଡନାରେ ଜର୍ଜ୍ଜରିତ ହୋଇ ସାମାଜିକ ବାଛନ୍ଦ ହେବାକୁ ପଡିଛି । ଆକ୍ରମଣ ପରେ ଜେସିବି ମେସିନ ଦ୍ୱାରା ଘରଦ୍ୱାର
ଜାତିଗତ ତାଡନାର କରାଳ ଚିତ୍ର, ଭିଟାମାଟିରୁ ଉଚ୍ଛେଦ ପାଇଁ ଆକ୍ରମଣ, ଏସ୍‌ପିଙ୍କ ହସ୍ତକ୍ଷେପ ଦାବି


କୋରାଇ, ୨୨ ଫେବୃଆରୀ(ହି.ସ.) – ଜନଜାତି ସୁରକ୍ଷା ପାଇଁ ସଦାସର୍ବଦା ପ୍ରଶାସନ ବା ସରକାର ତତ୍ପର ଥିବା କୁହାଯାଉଥିବାବେଳେ ଏହାର ବ୍ୟତିକ୍ରମ ଘଟିଛି ଏବେର ଶାସନ କାଳରେ । ଜାତିଗତ ନିର୍ଯ୍ୟାତନା ତାଡନାରେ ଜର୍ଜ୍ଜରିତ ହୋଇ ସାମାଜିକ ବାଛନ୍ଦ ହେବାକୁ ପଡିଛି । ଆକ୍ରମଣ ପରେ ଜେସିବି ମେସିନ ଦ୍ୱାରା ଘରଦ୍ୱାର ସହ ଗଛ ଗୁଡିକୁ ମଧ୍ୟ ନିର୍ମମ ଭାବେ କାଟି ଦିଆଯାଇଛି । ପ୍ରତିବାଦ କରି ଭିଡିଓ ଉତୋଳନକୁ ମଧ୍ୟ ଗୋବର୍ଦ୍ଧନପୁର ରାଜସ୍ୱ ନିରୀକ୍ଷକ ମୋବାଇଲ ଛଡାଇ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିଦେଇଥିବା ନେଇ ଆଜି ଯାଜପୁର ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଯାଜପୁର ଜିଲ୍ଲାରେ ଆଦିବାସୀ ଶେଷଣ ବୃଦ୍ଧି ପାଇବାରେ ଲାଗିଛି । ଜନଜାତିଙ୍କୁ ସରକାର ସୁରକ୍ଷା ଦେବାରେ ଯାଜପୁର ଜିଲ୍ଲା ପ୍ରଶାସନ ସହ ଖୋଦ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ସରକାର ଫେଲ ମାରିଥିବା ଆଭିଯୋଗ ଆଣି ଯାଜପୁର ସିଭିଲ ସୋସାଇଟ ଫୋରମର ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ସମାଜିକ କର୍ମୀ ମନୋରଂଜନ ଜେନା, ସୁରେଖା ମଲ୍ଲିକ, କ୍ôଷରୋଦ ଦାସ, ପ୍ରତାପ ଦାସ, ଦୁଷ୍ମନ୍ତ ଜେନା, କିଶୋର ଜେନା ପ୍ରମୁଖଙ୍କ ତତ୍ୱାବଧାନରେ ଆକ୍ରମଣର ଶିକାର ହୋଇଥିବା ପରିବାର ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କୁ ଭେଟି ସୁରକ୍ଷା ଯୋଗାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଅପରପକ୍ଷେ ଜାତିଭେଦର ମାନସିକରେ ଜନଜାତି ବର୍ଗର ଘରଦ୍ୱାର ଭାଂଗି ଦିଆଯାଉଛି । ଘେରାବନ୍ଦୀରେ ରହି ଭିଟାମାଟିରୁ ଉଚ୍ଛ୍ୟେଦ ପାଇଁ ସଂଘବଦ୍ଧ ଆକ୍ରମଣ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ନଛିପୁର ଗ୍ରାମର ଜଣେ ଜନଜାତି ବର୍ଗର କୁନି ଅମାତଙ୍କୁ ଭୋଗିବାକୁ ପଡିଛି । ଏନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଆଧାରରେ କୁନି ଅମାତଙ୍କ ଘରକୁ ସେହି ଗ୍ରାମର କିଛି ରାଜନୈତିକ ନେତୃବୃନ୍ଦଙ୍କ ଇଂଗିତରେ ୫୦ରୁ ଉର୍ଦ୍ଧ ସବର୍ଣ୍ଣ ବର୍ଗର ମହିଳା ଓ ପୁରୁଷ ହାତରେ ମାରଣାସ୍ତ୍ର ଧରି କଦଳୀ ଗଛ ଠାରୁ ଘରଦ୍ୱାରକୁ ଜେସିବି ମେସିନ ଲଗାଇ ଭାଂଗିଦେଇ ଭୂମିହୀନ ପରିବାରକୁ ବେଦଖଲ କରିବାକୁ ଉଦ୍ୟମ କରିଥିବା ନେଇ ଟମକା ଥାନାରେ ମାମଲା ପଂଜିକୃତ ହୋଇଛି । କିନ୍ତୁ ଟମକା ପୁଲିସ ହାତବାନ୍ଧି ବସିବାରୁ ଆକ୍ରମଣକାରୀ ମାନେ ଗତ ଶୁକ୍ରବାର ଦିନ ପୁନଃ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଘଟଣା ସ୍ତଳେରେ କୁନି ଅମାତଙ୍କ ଝିଅ ମୋବାଇଲରେ ଘଟଣାର ଦୃଶ୍ୟ ରେକଡିଂଗ କରୁଥିବା ବେଳେ ଖୋଦ ଗୋବର୍ଦ୍ଧନପୁର ଆରଆଇ ମୋବାଇଲ ଛଡାଇ ନେଇ ଡିଲିଟ ମାରିଥିଲେ । ଏବଂ ସବର୍ଣ୍ଣ ଲୋକେ ଏକତ୍ରିତ ହୋଇ ସାମାଜିକ ବାସନ୍ଦ କରି ଘରେ ପଶି ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଛି । ଉକ୍ତ ମାମଲାରେ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande