କସ୍ତୁରବା ଗାନ୍ଧୀ ଓ ନାରୀ ଜାଗରଣ ଶୀର୍ଷକ ଆଲୋଚନା
ଭୁବନେଶ୍ୱର, ୨୨ ଫେବୃୟାରୀ (ହି.ସ.) - ଉତ୍କଳ ସର୍ବୋଦୟ ମଣ୍ଡଳ, ଭୁବନେଶ୍ୱର ଶାଖା ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟର “ରାଜନୀତି ବିଜ୍ଞାନ ବିଭାଗ ସଭାକକ୍ଷରେ କସ୍ତୁରବା ଗାନ୍ଧୀଙ୍କ ୮୧ ତମ ପୁଣ୍ୟତିଥୀରେ “କସ୍ତୁରବା ଗାନ୍ଧୀ ଓ ନାରୀ ଜାଗରଣ” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ
କସ୍ତୁରବା ଗାନ୍ଧୀ ଓ ନାରୀ ଜାଗରଣ ଶୀର୍ଷକ ଆଲୋଚନା


ଭୁବନେଶ୍ୱର, ୨୨ ଫେବୃୟାରୀ (ହି.ସ.) - ଉତ୍କଳ ସର୍ବୋଦୟ ମଣ୍ଡଳ, ଭୁବନେଶ୍ୱର ଶାଖା ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟର “ରାଜନୀତି ବିଜ୍ଞାନ ବିଭାଗ ସଭାକକ୍ଷରେ କସ୍ତୁରବା ଗାନ୍ଧୀଙ୍କ ୮୧ ତମ ପୁଣ୍ୟତିଥୀରେ “କସ୍ତୁରବା ଗାନ୍ଧୀ ଓ ନାରୀ ଜାଗରଣ” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମାଜ ବିଜ୍ଞାନୀମାନେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସର୍ବସେବାସଂଘର ଅଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ସଂଯୋଜନାରେ ଶତାୟୁ ପୁରୁଷ ଗାନ୍ଧିବାଦୀ ପଦ୍ମଚରଣ ନାୟକ ଲୋକ ରାଜନୀତି ଓ ନିଶାମୁକ୍ତ ସମାଜ ଗଠନ ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଡଃ ଅଭୟ ବେହେରା କସ୍ତୁରବା ଗାନ୍ଧୀଙ୍କ ଦ୍ୱାରା କିପରି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ମହାତ୍ମାଗାନ୍ଧୀ ହୋଇପାରିଲେ, ସେ ବିଷୟରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ବକ୍ତା ଭାବରେ ରାଧାରାଣୀ ମହାପାତ୍ର ସ୍ୱାଧୀନତା ଆନ୍ଦୋଳନରେ କିପରି ଅଧିକ ମହିଳା ଯୋଗ ଦେଇପାରିଥିଲେ ଓ ଏଥିରେ କସ୍ତୁରବା ଗାନ୍ଧୀ ଓ ସେ ସମୟର ବହୁ ମହିଳା ବିପ୍ଳବିନୀଙ୍କ ଅବଦାନ ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନର ମୁଖ୍ୟ ଡ. ସୀମା ମଲ୍ଲିକ, ପୂର୍ବତନ କୂଳପତି ଡଃ ଗୋକୂଳାନନ୍ଦ ଦାସ, ଗାନ୍ଧୀବାଦୀ ରମାକାନ୍ତ ନାଥ, ଚିତ୍‌ରୂପା, ନିରାକାର ବେଉରା, ନିନା ଦାସ, ରଶ୍ମୀ ଦାସ, ସମାଜସେବୀ ଯୁବସାଥୀ ସୋମ ପ୍ରଭୃତି ଗାନ୍ଧୀ ଦର୍ଶନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରତି ଛାତ୍ରଛାତ୍ରୀ ଗାନ୍ଧୀ ବିଚାର ଓ ଅହିଂସକ କ୍ରାନ୍ତି ତଥା ନିଶାମୁକ୍ତ ସମାଜ ନିର୍ମାଣ ପାଇଁ ସାଥୀ ସଂଗ୍ରହର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଇନ୍ଦୁମତୀ ସାହୁ, ମାଳତୀ ପାତ୍ର ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ। ଶେଷରେ ଅଧ୍ୟାପକ ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande