ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ପତିସାହି ଗ୍ରାମର ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ୩ଦିନ ଧରି ଚାଲିଥିଲା। ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ପୂର୍ଣ୍ଣାହୁତ
MANGALA MANDIR PRATISTHA


ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ପତିସାହି ଗ୍ରାମର ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ୩ଦିନ ଧରି ଚାଲିଥିଲା। ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ପୂର୍ଣ୍ଣାହୁତି ହୋଇଥିଲା। ଉକ୍ତ ଉତ୍ସବରେ ଦେବୀ ପ୍ରସାଦ ପତି ଓ ମଧୁସ୍ମିତା ପଣ୍ଡା କର୍ତା ଭାବେ କାର୍ଯ୍ୟ ସମାପନ କରିଥିଲେ। ପୂଜକ ଭାବେ ପ୍ରସନ୍ନ କର, ରବିନାରାୟଣ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ ପୂଜାକାର୍ଯ୍ୟ ସମାପନ କରିଥିଲେ। ଗ୍ରାମର ବିଦ୍ୟାଧର ପତି, ଲକ୍ଷ୍ମୀଧର ପତି, ଭକ୍ତବନ୍ଧୁ ପତି, ମୁକ୍ତିକାନ୍ତ ପତି, ପ୍ରଦ୍ୟୁମ୍ନ ପତି, ଭାଗିରଥି ପତି, ଅଭିଜିତ୍ ପତି, ଚକ୍ରଧର ପତି, ସଂଜୀବ ପତି, ଶ୍ରୀଧର ପତି, ସୁରେଶ ପତି, ସତ୍ୟସୁନ୍ଦର ପତି, ବଳରାମ ପତି ପ୍ରମୁଖ ଗ୍ରାମବାସୀ ଓ ଯୁବଗୋଷ୍ଠୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande