ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଂଚାୟତ ଅଧୀନ ବାହାବଳପୁର ଗ୍ରାମର ସମାଜସେବୀ ମଣିଭଦ୍ର ବେହେରା (୮୮)ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ହେବା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। ସ୍ୱର୍ଗତ ବେହେରା ପୂର୍ବତନ ସରପଂଚ ବିପିନ ବେହେରାଙ୍କ ପିତା ଅଟନ୍ତି। ସେ ଜଣେ ସମାଜସେବୀ, ଶାନ୍ତ, ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଖବର ପାଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସରପଂଚ ଲକ୍ଷ୍ମୀପ୍ରିୟା ସାମଲ, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ସମାଜସେବୀ ଅଜୟ କୁମାର ଦାସ, ସୁବାସ ସାହୁ, ବେଣୁଧର ଦାସ, ନନ୍ଦକିଶୋର ବାରିକ, ବସନ୍ତ ବେହେରା, ଲକ୍ଷ୍ମୀଧର ମାଝୀ, ପ୍ରଫୁଲ୍ଲ କୁମାର ଧଳ, ବାଇଧର ନାୟକ, ରାଜେଶ ନାୟକ, ନାରାୟଣ ନାୟକ, ବାବୁ ଦାସ, କୁଳମଣି ନାୟକଙ୍କ ସମେତ ପଂଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ସାନପୁଅ ବିପିନ ବେହେରା ମୁଖାଗ୍ନି ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ