ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ଜନ ସମାବେଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି, ୨୨ ଫେବୃଆରୀ(ହି.ସ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ବିରୋଧୀ ଦଳ ନେତା ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ବିଜୁ ଜନତା ଦଳର ନେତୃତ୍ୱରେ ୫ହଜାର ରୁ ଉର୍ଦ୍ଧ୍ୱ ଜନ ସାଧାର
ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ଜନ ସମାବେଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ଜନ ସମାବେଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ମାଲକାନଗିରି, ୨୨ ଫେବୃଆରୀ(ହି.ସ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ବିରୋଧୀ ଦଳ ନେତା ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ବିଜୁ ଜନତା ଦଳର ନେତୃତ୍ୱରେ ୫ହଜାର ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଙ୍କୁ ନେଇ ଏକ ଜନ ସମାବେଶ କାର୍ଯ୍ୟକ୍ରମ ପାଇଁ ଆଜି ମୋଟୁ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଣୁ ରାଜ୍ୟ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୧୪ ଗୋଟି ଆଦିବାସୀ କମିଟି, ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଜିଲ୍ଲା, ମୋଟୁ ଏବଂ ପଡିଆର ୧୨ ଟି ଗ୍ରାମ ପଂଚାୟତର ଜନ ସାଧାରଣ ଏବଂ ସମାଜସେବୀ ଓ ବୁଦ୍ଧିଜୀବୀଙ୍କ ସହିତ ୫ହଜାରରୁ ଉର୍ଦ୍ଧ୍ୱ ଜନ ସାଧାରଣଙ୍କୁ ନେଇ ଜନ ସମାବେଶ ଅନୁଷ୍ଠିତ ହେବ। ମୋଟୁ ଠାରେ ଗତ ପ୍ରସ୍ତୁତି ବୈଠକ ଅନୁଯାୟୀ ଆସନ୍ତା ୦୨/୦୩/୨୫ ତାରିଖ ଦିନ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ମାଲକାନଗିରି ଜିଲ୍ଲାର ବଡ ଯାତ୍ରା ଆସନ୍ତା ୦୩/୦୩/୨୫ ରିଖ ଦିନରୁ ଆରମ୍ଭ ହେଉଥିବା ପାଇଁ କାର୍ଯ୍ୟକ୍ରମ ସମୟ ପରିବର୍ତନ କରି ଆସନ୍ତା ୨୮/୦୨/୨୫ ରିଖ ଦିନ ଧାର୍ଯ୍ୟ କରାଗଲା। ଆସନ୍ତା ୨୮ ତାରିଖରେ ମୋଟୁ ସ୍ଥିତ ପଡିଆ ଠାରେ ନିଜ ନିଜର ସମର୍ଥକ ସହିତ ବିଜୁ ଜନତା ଦଳର କର୍ମକାର୍ତାଙ୍କ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି! ଏହି ବୈଠକରେ ବିଜେଡି ପକ୍ଷରୁ ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ଦୃଢ଼ ଦାବି ଉଠାଇ ଏକ ଉଚ୍ଚସ୍ତରୀୟ ଆନ୍ଦୋଳନ ଚାଲିବା ନିଷ୍ପତି ନିଆଯାଇଛି।

ଆଜିର ପ୍ରସ୍ତୁତି ବୈଠକ ରେ ଚିତ୍ରକୋଣ୍ଡା ପ୍ରଭାରୀ ଭୁର୍ଗୁ ବକ୍ସିପାତ୍ର , ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଇଶ୍ୱର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମି , ପୂର୍ବତନ ବ୍ଲକ ସଭାପତି ସଦାଶିବ ପୁଜାରୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ଲକ୍ଷ୍ମୀପ୍ରିୟା ନାୟକ, ଘନଶ୍ୟାମ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ!

ଆସନ୍ତା ୨୮ ତାରିଖ ରେ ଜୋରଦାର ଆବାଜ ଉଠାଇ ଏହି ଅଂଚଳର ଜନସାଧାରଣଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ପାଖରେ ଦାବି କରାଯିବ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande