ସୋନପୁର ରାମ ଧୂନ୍ କ୍ଳବ୍ ଦଳକୁ ୩-୦ ଗୋଲ୍‌ରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଗ୍ରାଣ୍ଡ ଫାଇନାଲରେ ପ୍ରବେଶ
ସୁବର୍ଣ୍ଣପୁର, ୨୨ ଫେବୃଆରୀ(ହି.ସ.) – ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -୨୦୨୫ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜକ ସୋନପୁର ରାମଧୁନ୍ କ
ସୋନପୁର ରାମ ଧୂନ୍ କ୍ଳବ୍ ଦଳ କୁ ୩-୦ ଗୋଲ୍ ରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଗ୍ରାଣ୍ଡ ଫାଇନାଲ ରେ ପ୍ରବେଶ


ସୋନପୁର ରାମ ଧୂନ୍ କ୍ଳବ୍ ଦଳ କୁ ୩-୦ ଗୋଲ୍ ରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଗ୍ରାଣ୍ଡ ଫାଇନାଲ ରେ ପ୍ରବେଶ


ସୁବର୍ଣ୍ଣପୁର, ୨୨ ଫେବୃଆରୀ(ହି.ସ.) – ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -୨୦୨୫ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜକ ସୋନପୁର ରାମଧୁନ୍ କ୍ଳବ୍ ଦଳକୁ ୩-୦ ଗୋଲ୍‌ରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ଣ୍ଣାମେଂଟର ଗ୍ରାଣ୍ଡ ଫାଇନାଲକୁ ପ୍ରବେଶ କରିଛି। ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗ ଦେଇ ଖେଳକୁ ଉଦଘାଟନ କରି ଆୟୋଜକ ଓ ଖେଳାଳୀଙ୍କୁ ଉତ୍ସାହିତ କରି ଥିବାବେଳେ ସମ୍ମାନିତ ଅତିଥି ଭାବରେ ସମସ୍ତ ମିଡିଆ ଯୋଗ ଦେଇ ଖେଳାଳୀ ଙ୍କ ସହ ପରିଚୟ ପ୍ରଦାନ କରି ଶୁଭେଛା ରଖି ଥିଲେ କ୍ଷ ନିମନ୍ତ୍ରିତ ଅତିଥି ଭାବରେ ପି ସି ସି ସଦସ୍ୟ ଜିତେନ୍ଦ୍ର ପଟ୍ଟନାଏକ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସାମ୍ୱାଦିକ ଦିଲ୍ଲିପ ପାତ୍ର, ସ୍ୱାଧିନ ମେହେର, ମୃତ୍ୟୁଞ୍ଜୟ ଶତପଥି, ବିବେକା ନନ୍ଦ ମିଶ୍ର, ରତନ ପଟ୍ଟନାୟକ, ଧରଣୀ ଧର ମିଶ୍ର, ରାଜ କିଶୋର ତ୍ରୀପାଠୀ, ସଞ୍ଜୟ ସାହୁ, ସନ୍ତୋଷ ମିଶ୍ର, ଗଣ ପତି ବାଗ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ରଂଜନ ବାରିକ୍‌, ଶୋଭା କେୟାର କୋ ଓନର ସୁଭାଷ ଚନ୍ଦ୍ର ପଣ୍ଡା, ସଞ୍ଜୟ ବଡ଼ ପଣ୍ଡା, ରାମ ଧୂନ୍ କ୍ଲବ ଦଳର ଫ୍ରାଂଚାଇଜ୍ +୨ ଅଦିତି କଲେଜ ଅଧ୍ୟକ୍ଷ ନିଶାନ୍ତ ମହାନ୍ତି ଓ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ଫ୍ରାଂଚାଇଜ୍ ସଂସ୍କାର ଆଗ୍ରୋ ଏମଡି ଲୋକ ନାଥ ରଥ , ଭେଟରାନ ଫୁଟବଲ୍ ଖେଳାଳୀ ସୁଶିଲ କୁମାର ନାଏକ, ଅଖୁଜ ବକ୍ସି ଯୋଗ ଦେଇ କୃତୀ ଖେଳାଳି ଓ ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଆଜିର ଖେଳ କୁ ମୁଖ୍ୟ ରେଫରୀ ସଞ୍ଜୀବ ସାହୁ, ଜିତେନ୍ଦ୍ର ଥନାପତି, ଜଗନ୍ନାଥ କହଁର, ଦିଲ୍ଲୀପ ପୁରୋହିତ ଖେଳ ପରିଚାଳନା କରିଥିଲେ। ପ୍ରବୁଦତ କୁମ୍ଭାର ଓ ଦିଗାମ୍ବର ଶତପଥି ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ୧୫ ନମ୍ୱର୍ ଖେଳାଳୀ ଧନେଶ୍ୱର ବେହେରାଙ୍କୁ ପୁରସ୍କୃତ କରାଯାଇଛି ଏହାର ପ୍ରାୟୋଜକ ଥିଲେ ସୁନିଲ ହୋଟେଲ୍ ଓ ଫାଷ୍ଟ୍ ଫୁଡ୍ ଓ ଖମ୍ବେଶ୍ୱରୀ କୋଚିଙ୍ଗ ସୋନପୁର। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତାତ୍ୱାବଧାନ ରେ ଅନୁଷ୍ଟିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବାବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ୱାଗତ କରିଥିଲେ। ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବାବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ , ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande