ରାଉରକେଲା ରେଡ ଦଳକୁ ଟ୍ରାଇ ବ୍ରେକରରେ ୪-୩ ଗୋଲରେ ହରାଇ ସୋନପୁର ରାମଧୁନ କ୍ଲବ ଦ୍ଵିତୀୟ ସେମିରେ ପ୍ରବେଶ
ସୁବର୍ଣ୍ଣପୁର, 22 ଫେବ୍ରୁଆରି (ହି.ସ.) ୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -2025 ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଗତକାଲି ପୁଲ ବି ର ଦ୍ଵିତୀୟ ମ୍ୟାଚ ରାଉରକେଲା ଦଳ ଓ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l ଶେଷ ଯାଏ ଖେଳ ସଂଘର୍ଷ ପୂ
ରାଉରକେଲା ରେଡ ଦଳ କୁ ଟ୍ରାଇ ବ୍ରେକର୍ ରେ ୪-୩ ଗୋଲ୍ ରେ ହରାଇ ସୋନପୁର ରାମଧୁନ କ୍ଲବ ଦ୍ଵିତୀୟ ସେମି ରେ ପ୍ରବେଶ


ସୁବର୍ଣ୍ଣପୁର, 22 ଫେବ୍ରୁଆରି (ହି.ସ.)

୧୬ ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -2025 ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଗତକାଲି ପୁଲ ବି ର ଦ୍ଵିତୀୟ ମ୍ୟାଚ ରାଉରକେଲା ଦଳ ଓ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l ଶେଷ ଯାଏ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ରାଉର କେଲା ରେଡ ଦଳ କୁ ଟ୍ରାଇ ବ୍ରେକର ରେ ୪-୩ ଗୋଲ୍ ହରାଇ ସୋନପୁର ରାମ ଧୂନ୍ କ୍ଲବ୍ ଦଳ ଟୁର୍ଣ୍ଣl ମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ କୁ ପ୍ରଵେଶ କରିଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ଭାବରେ ଚିଫ୍ ସି ଏସ ଓ ଶ୍ରୀ ନିରଜ୍ ରଞ୍ଜନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ମାର୍କେଟିଂ ମ୍ୟାନେଜର ଶ୍ରୀ ସୁବଳ ସାହୁ, ଧମା କଲେଜ ପି ଇ ଟି ରାମ କୁମାର ସାହୂ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଖେଳାଳୀ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l

ନିମନ୍ତ୍ରିତ ଅତିଥି ଭାବରେ ଘରୋଇ ବସ ସଂଘ ଜିଲ୍ଲା ସଭାପତି ଦୀପକ ମହାପାତ୍ର, ସମ୍ପାଦକ ସୁଦର୍ଶନ ପଣ୍ଡା, ପୌର ପରିଷଦ କାଉନସିଲର ଗଙ୍ଗା ତରିଆ, ସୁକାନ୍ତ ସାହୂ, ପି .ରାଜ କିଶୋର ରାଓ, ଭାଗ ରଥି ମିଶ୍ର, ପୋଲିସ କନେଷ୍ଟ ବଲ୍ ସଂଘ ପ୍ରାକ୍ତନ ସଭାପତି କୁମୁଦ ରଞ୍ଜନ ସାହୁ, ରାମ ଧୂନ୍ କ୍ଲବ ଦଳ ର ଫ୍ରାଞ୍ଚାଇଜ୍ +୨ ଅଦିତି କଲେଜ ଅଧ୍ୟକ୍ଷ ନିଶାନ୍ତ ମହାନ୍ତି ଓ ରାଉରକେଲା ରେଡ ଦଳ ର ଫ୍ରାଞ୍ଚାଇଜ୍ ସାରଦା ଟେକ୍ ଆଇ ଟି ଟ୍ରେନିଂ ସେଣ୍ଟର୍ ଡାଇରେକ୍ଟର ମାଧବ ମହଲା, ଭେଟରାନ ଫୁଟବଲ୍ ଖେଳାଳୀ ଗୋବିନ୍ଦ ଦାସ ତରିଆ, ପଦ୍ମନାଭ ଧରୁଆ, ରିଆଜ ମହମ୍ବଦ, ଯୋଗ ଦେଇ କୃତୀ ଓ ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀ ରାମ ଧୂନ୍ କ୍ଳବ୍ ର ସୁନିଲ ବାଘ ଙ୍କୁ ପୁରସ୍କୃତ କରିଥିଲେ l ଆଜିର ଖେଳ କୁ ମୁଖ୍ୟ ରେଫରୀ ଭାବେ ଜିତେନ୍ଦ୍ର ଥନାପତି ଖେଳ ପରିଚାଳନା କରିଥିବା ବେଳେ ଫୋର୍ଥ ଅଫିସିଆଲ୍ ସଞ୍ଜୀବ ସାହୁ, , ପି ଇ ଟି ସୁଜିତ୍ ରାଜହଂସ, ସଂଜନ କୁଦେଇ ସହଯୋଗ କରିଥିଲେ l ଦିଗାମ୍ୱର ଶତପଥୀ ଓ ମନୋରଞ୍ଜନ ତ୍ରୀପାଠୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande