ସରସ୍ୱତୀ ପୂଜା ଭଷାଣୀ ସମୟରେ ବ୍ରାସ ବ୍ୟାଣ୍ଡ ଭାଙ୍ଗିବା ଓ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ
କୋରାଇ, ୨୨ ଫେବୃଆରୀ(ହି.ସ.) – ଯାଜପୁର ଥାନା ଅନ୍ତର୍ଗତ ପଢିଆରୀ ସାହି(ଝାଡଙ୍ଗା) ଗ୍ରାମକୁ ସରସ୍ୱତୀ ପୂଜା ଭଷାଣୀ କରିବାକୁ ଆସିଥିବା ବ୍ରାସ ବ୍ୟାଣ୍ଡ ପାର୍ଟିକୁ ସେମାନଙ୍କ ପ୍ରାପ୍ୟ ନଦେଇ ଜାତିଆଣା ଗାଳିଗୁଲଜ କରିବା, ବାଇକ ଭାଂଗିବା, ମିୟୁଜିକ ଯନ୍ତ୍ରାଂଶ ଭାଂଗିଳା, ଗାୟିକାଙ୍କୁ ଅଶ୍ଲୀଳ ଗାଳି ଦେବା
ସରସ୍ୱତୀ ପୂଜା ଭଷାଣୀ ସମୟରେ ବ୍ରାସ ବ୍ୟାଣ୍ଡ ଭାଙ୍ଗିବା ଓ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ


କୋରାଇ, ୨୨ ଫେବୃଆରୀ(ହି.ସ.) – ଯାଜପୁର ଥାନା ଅନ୍ତର୍ଗତ ପଢିଆରୀ ସାହି(ଝାଡଙ୍ଗା) ଗ୍ରାମକୁ ସରସ୍ୱତୀ ପୂଜା ଭଷାଣୀ କରିବାକୁ ଆସିଥିବା ବ୍ରାସ ବ୍ୟାଣ୍ଡ ପାର୍ଟିକୁ ସେମାନଙ୍କ ପ୍ରାପ୍ୟ ନଦେଇ ଜାତିଆଣା ଗାଳିଗୁଲଜ କରିବା, ବାଇକ ଭାଂଗିବା, ମିୟୁଜିକ ଯନ୍ତ୍ରାଂଶ ଭାଂଗିଳା, ଗାୟିକାଙ୍କୁ ଅଶ୍ଲୀଳ ଗାଳି ଦେବା ଘଟଣାରେ ପୁଲିସ ମାମଲା ରୁଜ୍ଜୁ ନକରିବା ନେଇ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପଂଚି ଯାଜପୁର ଏସପିଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ବ୍ରାସ ବ୍ୟାଣ୍ଡ ପକ୍ଷରୁ ମ୍ୟାନେଜର ମନୋଜ କୁମାର ଯେନା । ଅଭିଯୋଗ ମୁତାବକ ଗତ ଫେବୃଆରୀ ୮ ତାରିଖ ସରସ୍ୱତୀ ପୂଜା ଭଷାଣୀରେ ବ୍ରାସ ବ୍ୟାଣ୍ଡ ପାଇଁ ଦଶରଥପୁର କୁଆଁରପୁରର ଏମବିଏସ ମିୟୁଜିକାଲକୁ ଅଗ୍ରୀମ ସହ କଲ ଦିଆଯାଇଥିଲ । ସେମାନେ ସଠିକ ସମୟରେ ପହଂଚି କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ରାତି ୧୧ଟା ସମୟରେ ପ୍ରେଗ୍ରାମ ସରିବା ପରେ ଆୟୋଜକ କମିଟିକୁ(ଝାଡଂଗ, ପଢିଆରୀ ସାହି) ଜବାବ ଅନୁଯାୟୀ ପ୍ରାପ୍ୟ ମାଗିବାରୁ ସେମାନେ ଅଶ୍ଲୀଳ ଗାଳି ଗୁଲଜ କରିବା ସହ ଜାତିଆଣା ଆକ୍ଷେପ ଓ ଯନ୍ତ୍ରଂଶ ଭାଂଗିବା, ବାଇକକୁ ଭାଂଗିବା, ମହିଳା ଗାୟିକାଙ୍କୁ ଟଣାଘୋଷରା ଆଦି କରିଥିଲେ ଓ ଟଙ୍କା ଦେଇନଥିଲେ । ପରଦିନ ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ମାତ୍ର ଅବଧି ପୁଲିସ ମାମଲା ରୁଜ୍ଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯାହାଫଳରେ ଯାଜପୁର ପୁଲିସ ଠାରୁ ନ୍ୟାୟ ନପାଇବାରୁ ଶେଷରେ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande