ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର, ୨୨ ଫେବୃଆରୀ (ହି.ସ.)- ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଝାରପଡା ମାତୃବିହାରର ୧୫ତମ ବାର୍ଷିକ ଉତ୍ସବ ଶ୍ରୀମା ଙ୍କ ୧୪୭ ତମ ଜନ୍ମ ଦିନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ତହସିଲଦାର ସିତାରାମ
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ ର ବାର୍ଷିକ ଉତ୍ସବ


ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ ର ବାର୍ଷିକ ଉତ୍ସବ


ସୁବର୍ଣ୍ଣପୁର, ୨୨ ଫେବୃଆରୀ (ହି.ସ.)- ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଝାରପଡା ମାତୃବିହାରର ୧୫ତମ ବାର୍ଷିକ ଉତ୍ସବ ଶ୍ରୀମା ଙ୍କ ୧୪୭ ତମ ଜନ୍ମ ଦିନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ତହସିଲଦାର ସିତାରାମ ଭୋଇ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ନୀତିବାନ ହେବାକୁ ପରାମର୍ଶ ଦେଇଥିଲେ I ଏଥିରେ ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ଡ଼. ଅର୍ଚନା ପାଢ଼ୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ମହାଦେବ ପଣ୍ଡା ମୁଖ୍ୟଵକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ବାର୍ଷିକ ଉତ୍ସବର ଆବଶ୍ୟକତା ଓ ଶ୍ରୀମା କିଏ ସେ ବିଷୟରେ ମତପୋଷଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟୀର ସମ୍ପାଦକ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ର ସଭାପତି ମଧୁମିତା ପରମଗୁରୁ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ଉପାଧକ୍ଷ୍ୟ ଦ୍ନତରଙ୍ଗିନୀ ସଙ୍ଖୁଆ ଧନ୍ୟବାଦ ଜ୍ଞାପନ କରିଥିଲେ। ହିମାଂଶୁ ପଣ୍ଡା, କିଣୁ ଜଗଦଲା, ସିମାଞ୍ଜଳି ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କିଣୁ ଜଗଦଲା ଙ୍କ ଦ୍ବାରା ଲିଖିତ ତଥା ଅରୁଣା ଓ ଅଙ୍କିତା ଅପା ଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ କାହାକେ କହେମି ପହେଲା ଗୁରୁ ଅନୁଷ୍ଠିତ ହୋଇଥିଲା ।

ପରେ ଲିଟିଲ ଝଙ୍କର ଙ୍କୁ ବେଷ୍ଟ ସ୍ଟଡେଣ୍ଟ ଅଫଦ ୟର ପ୍ରଦାନ କରାଗଲା। ଅର୍ଚନା ଙ୍କ ଗୀତ ର ତାଳେ ତାଳେ ଝୁମି ଉଠିଥିଲେ ଛାତ୍ର ଛାତ୍ରୀ । ଆଜିଷା, ଅରୁଣା, ସୃତି, ଇତି ଅପା ପୁରସ୍କାର ବିତରଣରେ ସାହାଯ୍ୟ କରିଥିବା ବେଳେ ସ୍ୱପ୍ନା, ଗେଲ, ସରିତା, ମହଲା, ସନ୍ତୋଷିନୀ, ମମତା, ଅନିତା ଅପା, ଚିତ୍ତ, କମଳ ଓ ବିଶ୍ୱଙ୍କ ସହ ସେଲେଡି ଝାରପଡା ଗ୍ରାମର ଅନେକ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କଳା ଶିକ୍ଷକ ବେଦବର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande