ଦୁଇ ସଂଘର ପ୍ରତିବାଦ ଦିବସକୁ ସମର୍ଥନ କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭୁବନେଶ୍ୱର ଠାରେ ଅଖିଳ ଭାରତୀୟ ଅଙ୍ଗନୱାଡି ଶ୍ରମିକ ମହାସଂଘ ଏବଂ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିବାଦ ଦିବସ’ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ବୃନ୍ଦଙ୍କ ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦା
TWO SANGHA PRATIBAD SAMARTHANA - PRAFULLA SAMAL


ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭୁବନେଶ୍ୱର ଠାରେ ଅଖିଳ ଭାରତୀୟ ଅଙ୍ଗନୱାଡି ଶ୍ରମିକ ମହାସଂଘ ଏବଂ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିବାଦ ଦିବସ’ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ବୃନ୍ଦଙ୍କ ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦାନ କରିଥିଲେ। ଶ୍ରୀ ସାମଲ ଉକ୍ତ ସଂଘ ପକ୍ଷରୁ କରାଯାଉଥିବା ଦାବି କୁ ସମର୍ଥନ ଜଣାଇବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ପ୍ରତିବାଦ ସଭାରେ ସାମିଲ ହୋଇଥିବା ମାଆ ଓ ଭଉଣୀ ମାନଙ୍କ ଦାବି କୁ ସମ୍ମାନ ଜଣାଇ ଗୁରୁତ୍ୱ ଦିଅନ୍ତୁ । ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ ନାମରେ ଅଙ୍ଗନୱାଡ଼ି କର୍ମୀଙ୍କ ଛଟେଇ ବନ୍ଦ କରନ୍ତୁ । ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନଙ୍କୁ କର୍ମୀ ମାନ୍ୟତା ପ୍ରଦାନ କରନ୍ତୁ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୋଜନା କର୍ମୀମାନଙ୍କୁ ଇ.ପି.ଏଫ., ଇ.ଏସ.ଆଇ. ଏବଂ ଗ୍ରାଚ୍ୟୁଇଟି ରେ ବୃଦ୍ଧି କରନ୍ତୁ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande