ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- ରାଜ୍ୟର ସମସ୍ତ ପୌରସଂସ୍ଥା
ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ (ଓସ୍ୱାସ) ରେ ଯୋଡିହେବେ । ରାଜ୍ୟ ଗୃହ ନିର୍ମାଣ ଓ
ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ପୌରସଂସ୍ଥାଙ୍କୁ ଅବଗତ କରାଯାଇଛି
।
ସମସ୍ତ
ପୌରସଂସ୍ଥାରେ ଓସ୍ୱାସ କାର୍ଯ୍ୟକାରୀ ହେଲେ ପ୍ରଶାସନିକ କାର୍ଯ୍ୟ ସୁରୁଖୁରୁରେ ଚାଲିବ ।
ଏଥିପାଇଁ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)କୁ ଅନୁରୋଧ କରାଯାଇଛି । ଏଥିରେ
ଓସ୍ୱାସ ବ୍ୟବହାର ପାଇଁ ପ୍ରତ୍ୟେକ ପୌରସଂସ୍ଥାକୁ ଡେସ୍କଟପ୍, ଲାପଟପ୍, ସ୍କାନର ଏବଂ ଲାନ୍ ଯୋଗାଣ ପାଇଁ
କୁହାଯାଇଛି । ଡେସ୍କଟପ୍ କମ୍ପ୍ୟୁଟରରେ ଅତି କମ୍ରେ ୱଣ୍ଡୋ-୧୦ ସଫ୍ଟୱର, ଆଣ୍ଟିଭାଇରସ୍ ଏବଂ ଲାନ୍
ବ୍ୟବସ୍ଥା ତାହା ଓସୱାନକୁ ସଂଯୋଗ କରାଯିବା ଆବଶ୍ୟକ ।
ପ୍ରତ୍ୟେକ
ପୌରାଞ୍ଚଳରେ ଡାଟା ପରିଚାଳନା କରୁଥିବା କର୍ମଚାରୀଙ୍କ ସହିତ ଟିସିଏସ୍ ଟିମ୍ ଏବଂ ଓସ୍ୱାସର
ପିଏମୟୁ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ଏଥି ସହିତ ସମ୍ପ୍ରସାରିତ ବ୍ୟାଣ୍ଡୱିଥ୍ ପାଇଁ
ସେମାନଙ୍କୁ ପାଣ୍ଠି ପାଇଁ ପ୍ରସ୍ତାବ ଦେବାକୁ କୁହାଯାଇଛି । ଏପ୍ରିଲ୍ ପହିଲା ସୁଦ୍ଧା ଏହି
ଯୋଜନା ଯେଭଳି କାର୍ଯ୍ୟକାରୀ ହୋଇପାରିବ ସେଥିପାଇ ଓସ୍ୱାସ ଓ ଟିସିଏସ୍ ଟିମ୍କୁ ସହାୟତା
ଯୋଗାଇଦେବାକୁ ସମସ୍ତ ପୌରସଂସ୍ଥାଗୁଡିକୁ କୁହାଯାଇଛି । ପୌରସଂସ୍ଥାଗୁଡିକ ସେମାନଙ୍କର ନିଜସ୍ୱ
ପାଣ୍ଠିରେ ନେଟୱାର୍କିଂ ଭିତ୍ତିଭୂମି ବିକାଶ କରିବା ସହିତ ଓସୱାନକୁ ସମ୍ପ୍ରସାରିତ କରିବାକୁ
ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉଲ୍ଲେଖନୀୟ ଯେ ରାଜ୍ୟ ସଚିବାଳୟରେ ଓ ବିଭାଗୀୟ ମୁଖ୍ୟ
ଦପ୍ତରରେ ଓସ୍ୱାସ ମାଧ୍ୟମରେ ସରକାରୀ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ ତାହାକୁ
କ୍ଷେତ୍ରସ୍ତରୀୟ ଦପ୍ତରଗୁଡିକୁ ସମ୍ପ୍ରସାରିତ କରାଯାଉଛି । ଓସ୍ୱାସ ଜରିଆରେ ଫାଇଲ୍ଗୁଡିକ ଅନ୍ଲାଇନ୍ରେ
ଗୋଟିଏ ଟେବୁଲରୁ ଆଉ ଗୋଟିଏ ଟେବୁଲକୁ ଯାଉଥିବାବେଳେ ଏଥିପାଇଁ ଆଉ ନଥିର ଆବଶ୍ୟକ ହେବନାହିଁ ।
ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଓସ୍ୱାସ ଫାଇଲ୍ରେ ନିଜର ସନ୍ତକ କିମ୍ବା ମତାମତ ଦେବାପାଇଁ
ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି । ଯଦି କୌଣସି ଅଧିକାରୀ
କାର୍ଯ୍ୟରେ ବିଳମ୍ବ କରିବେ ତେବେ ଫାଇଲ୍ଟି ଛାଏଁ ଛାଏଁ ଆଗକୁ ବଢିବ ଏବଂ ଉପରିସ୍ଥ ଅଧିକାରୀ ଏ
ସଂକ୍ରାନ୍ତରେ ଅବଗତ ହେବେ । ତେଣୁ ଓସ୍ୱାସ କାର୍ଯ୍ୟକାରୀ ହେଲେ କେବଳ ସମୟ ଓ ସମ୍ବଳର ସଞ୍ଚୟ
ହେବନାହିଁ,
ସରକାରୀ
କାର୍ଯ୍ୟ ମଧ୍ୟ କ୍ଷୀପ୍ରଗତିରେ ହୋଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ