ଭୁବନେଶ୍ୱର, 22 ଫେବୃଆରୀ - ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ୟୁନିଟ-୩, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ବୈଠକରେ ଉଦ୍ଘାଟକ ଭାବେ ପୂଜ୍ୟ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ, ଭିଏଚପିର କେନ୍ଦ୍ରୀୟ ମନ୍ତ୍ରୀ ଡ. ବସନ୍ତ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବି.ହି.ପ ଓଡିଶା (ପୂର୍ବ)ର ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ବାଇଁ, ବି.ହି.ପ ଓଡିଶା(ପୂର୍ବ)ର ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ, ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ବି.ହି.ପ ଓଡିଶା(ପୂର୍ବ)ର ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ ନିଜ ବକ୍ତବ୍ୟରେ ସାମାଜିକ ସମରସତା, ଧର୍ମାନ୍ତରଣ ମୁକ୍ତ ସମାଜ, ସଂସ୍କାର ଯୁକ୍ତ ଯୁବ ସମାଜ ଗଠନ, ଜନ୍ମ ନିୟନ୍ତ୍ରଣ ସମସ୍ୟା, ବର୍ତ୍ତମାନ ସମୟରେ ଲିଭ୍ ଇନ୍ ରେଲେସନସିପ କାରଣରୁ ସମାଜରେ ଦେଖା ଯାଉଥିବା ସମସ୍ୟା, ହିନ୍ଦୁ ଯୁବଯୁବତୀମାନଙ୍କ ବିଳମ୍ୱରେ ବିବାହ ତଥା ହିନ୍ଦୁ ସମାଜର ଅନ୍ୟାନ୍ୟ ସମସ୍ୟା ଉପରେ ବ୍ୟାପକ ଆଲୋଚନା ସହ ସାଂପ୍ରତିକ ସମସ୍ୟା ଉପରେ ମଧ୍ୟ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ବି.ହି.ପର ଉପସଭାପତି ଶିଶିର କୁମାର ସାହୁ, ଦୁର୍ଗା ବାହିନୀର ସଂଯୋଜିକା ସିପ୍ରା ରାଉତ, ସହ ସଂଯୋଯିକା ଟୁକୁନି ବାରିକ, ମାତୃଶକ୍ତି କ୍ଷେତ୍ରୀୟ ସଂଜୋଜିକା ଝରଣା ଜେନା, ମାତୃଶକ୍ତି ସହ ସଂଯୋଜୀକା ପ୍ରଣତୀ ସାହୁ ସହ-ସଂପାଦକ ଉମାଶଙ୍କର ଆଚାର୍ଯ୍ୟ, ଅରୁଣ କୁମାର ପାଢ଼ୀ, ଶାନ୍ତନୁ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ଅଗ୍ରୱାଲ, ବଜରଙ୍ଗ ଦଳର ପ୍ରାନ୍ତ ସହ-ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ ଓ ରାଜିବ ନେତ୍ର ଖାଡ଼ଙ୍ଗାଙ୍କ ସହ ବି.ହି.ପ ଓଡ଼ିଶା(ପୂର୍ବ)ର ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ