ବଲାଙ୍ଗୀର, ୨୨ ଫେବୃଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା ଜରାସିଂହା ସାଶ୍ୱତ ଡିଗ୍ରୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରୀତିଶ ରଞ୍ଜନ ମିଶ୍ର(ଚିନୁ)ଙ୍କ ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ସେ ଦୀର୍ଘଦିନ ହେଲା ଚିକିତ୍ସାଧିନ ଥିଲେ। ଶ୍ରୀ ମିଶ୍ର ଜଣେ ଆଧ୍ୟାତ୍ମନିଷ୍ଠ, ମିଷ୍ଟଭାଷି, ମେଳାପି ତଥା ଛାତ୍ରବତ୍ସଳ ବ୍ୟକ୍ତି ଥିଲେ। ସେ ବଲାଙ୍ଗୀର ସୁଦପଡ଼ା ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ମିଶ୍ର ଓ ନିରୁପମା ମିଶ୍ରଙ୍କ କନିଷ୍ଠ ପୁତ୍ର ଥିଲେ। ସ୍ଥାନୀୟ ବିଭୁତିପଡ଼ା ଶ୍ମଶାନରେ ଅନ୍ତେଷ୍ଟିକ୍ରୀୟା ତାଙ୍କ କାକା କୃଷ୍ଣଚନ୍ଦ୍ର ମିଶ୍ର ଦ୍ୱାରା ସଂପାଦନ ହେଲା। ଅନ୍ତେଷ୍ଟିକ୍ରିୟାରେ ତାଙ୍କର ବଡ଼ ଭାଇ ଓ ଦୁଇ ଭିଣୋଇ ତଥା ବନ୍ଧୁବର୍ଗ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ