କେନ୍ଦ୍ରାପଡ଼ା, ୨୨ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତିମିର ସମସ ତବରେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ୧୬ନଂ ୱାର୍ଡର କାଉନସିଲର ଫରଜାନା ଖାତୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜୋତା, ମୋଜା,ଟି-ସାର୍ଟ, ପ୍ୟାଂଟ ଓ ବ୍ୟାଚ୍ ପ୍ରଦାନ କରିଥିଲେ । ସିଆରସିସି ବିଭୁ ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ସେକ ମନୁସୁର ଅଲ୍ଲୀ, ଗାଙ୍ଗିୟ କୁମାର ବିଶ୍ୱାଳ, ସେକ ବାସୁ, ରିଜୁଆନା ବିବି, ନଗମା ପରବିନ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି