ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)- କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ, କିଟ୍
ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ
ଶାସନ ବିଜୟ ପଟ୍ଟନାୟକ ।
ସେ କହିଛନ୍ତି ଯେ, ମୁଁ ମୁଖ୍ୟ ଶାସନ ସଚିବ ଥିବା ସମୟରେ କିଟ୍ ଜମି
ଜାଲିଆତି ନେଇ ଅଭିଯୋଗ ଆସିଥିଲା । ଇଷ୍ଟେଟଅଫିସରଙ୍କ କୋର୍ଟରେ
ମାମଲା ହୋଇଥିଲା । ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା ଆପ୍ରୁଭାଲରେ ନିର୍ମାଣ ଅଭିଯୋଗ ଆସିଥିଲା ।
ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା
। 2010 ରୁ 2012 -2013 ଭିତରେ ଆସିଥିଲା ଅଭିଯୋଗ ।
ବିଜେଡ଼ି ଟିକେଟରେ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଯାଇଥିଲେ । ଏଥିରେ
ସନ୍ଦେହ ନାହିଁ ଯେ ବିଜେଡ଼ି ସରକାର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ । ଏବେ ରାଜ୍ୟରେ
ସରକାର ବଦଳିଛି । ବିଜେପି ସରକାର ଦେଖାଇବା ଦରକାର ଯେ ସେମାନେ ବିଜେଡ଼ି ଠାରୁ ଭିନ୍ନ ।
କିଟରେ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି । ଏହା ସାଧାରଣ ଘଟଣା ନୁହଁ । ଅଶାଳୀନ ଓ ଅରୁଚିକର
ମନ୍ତବ୍ୟ ଦିଆଯାଇଛି ନେପାଳ ଉପରେ । ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ
। ଓଡିଶା ସରକାର ଦେଖାଇଦେବା ଦରକାର ଯେ ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ୍ ।
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର । ନଚେତ୍ ବିଦେଶୀ ଛାତ୍ର
ଛାତ୍ରୀ ଭୟ କରିବେ ଓଡ଼ଶା ଆସି ପଢିବା ପାଇଁ ।
ଡିମ୍ଡ ୟୁନିଭର୍ସିଟି ମାନ୍ୟତା ଦିଆଯିବ ନା ନାହିଁ ସେନେଇ ଭାରତ
ସରକାର ଓ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କିମ୍ବା ନୂଆ ନିୟମ ଆସୁ
। ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ସିଧା ସଳଖ ଯେପରି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ । କିଟ୍
ଘଟଣା ପରେ ବିଦେଶୀ ଛାତ୍ରଛାତ୍ରୀ ମାନେ ଏବେ ଭୟଭୀତ ଓଡିଶା ଆସି ପଢିବାକୁ । ତେଣୁ ସରକାର ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି
ବିଜୟ ପଟ୍ଟନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା