ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ପିଏମ ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ପିଏମ ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁର
ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ପିଏମ     ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ

କରିଥିବାରୁ ପିଏମ ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ

ପ୍ରଦାନ କରିଥିବାରୁ ପିଏମ ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ । ୨୫୦କି.ମି

ଦୈର୍ଘ୍ୟ ଗୋପାଳପୁର-ରାୟଗଡ଼ା ନୂତନ ରେଳ ଲାଇନ ସହିତ ନୂଆପଡ଼ା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ

ଫାଇନାଲ ଲୋକେସନ ସର୍ଭେ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ

ନେତୃତ୍ୱ ଓ ପ୍ରତିଶ୍ରୁତି ଯୋଗୁ ଓଡ଼ିଶାର ବିକାଶ ନିରବଚ୍ଛିନ୍ନ ଭାବେ ବିକଶିତ ଓଡ଼ିଶା ଭିଜନ

ଅଭିମୁଖେ ଅଗ୍ରଗତି କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande